କୋରାପୁଟ : ଚେଙ୍କ ଚିକିତ୍ସାରେ ୮ ମାସ ଶିଶୁ ଗୁରୁତର

33

କନକ ବ୍ୟୁରୋ : ପୁଣି ଚେଙ୍କ ଖାଇ ଗୁରୁତର ଶିଶୁ । ୮ ମାସର ଶିଶୁ ପେଟରେ ୧୫ ଟି ଚେଙ୍କ ଦେଇଛି ଦିଶାରୀ । ପେଟ ଯନ୍ତ୍ରଣା ଭଲ କରିବା ପାଇଁ ଚେଙ୍କ ଦେଇଛି ଦିଶାରୀ । ଫଳରେ ଶିଶୁଟିରୁ ଗୁରୁତର ଅବସ୍ଥାରେ କୋରାପୁଟ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ଧ ବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନି କୋରପୁଟ ଜିଲ୍ଳା । ସରକାରୀ ସଚେତନତା ଅବାଭରୁ ଆଜି ବି ଲୋକେ ଚେଙ୍କ ଚିକିତ୍ସା ଉପରେ ବିଶ୍ୱାସ କରୁଛନ୍ତି । ଯାହାର କରୁଣ ପରିଣତି ଭୋଗୁଛନ୍ତି କୋମଳମତି ଶିଶୁ । ବୈପାରିଗୁଡ଼ା ବ୍ଳକର କଦମଗୁଡ଼ା ଗ୍ରାମର ରମଚନ୍ଦ୍ର ଖମାରଙ୍କ ୮ ମାସର ଶିଶୁ ଗତ କିଛି ଦିନ ହେଲା ଜ୍ୱର ଓ ପେଟ ଯନ୍ତ୍ରଣା ହେଉଥିଲା । ଏହାର ଚିକିତ୍ସା ପାଇଁ ପରିବାର ପଡ଼ିଶା ଘର କଥା ଶୁଣି ମେଡ଼ିକାଲ ନେବା ପରିବର୍ତ୍ତେ, ଗାଁର ଦିଶାରୀ ପାଖକୁ ନେଇଯାଇଥିଲେ ।

ସେଠାରେ ଦିଶାରୀ ରୋଗ ଭଲ କରିବା ପାଇଁ ଶିଶୁ ପେଟରେ ଏକ ଲୁହା କଂଟା ସାହାଯ୍ୟରେ ଏକା କାଳିନ ୧୫ଟି ଚେଙ୍କ ଦେଇଥିଲା । ଏହାପରେ ଶିଶୁଟିର ଅବସ୍ଥା ବିଗିଡି ଯାଇଥିଲା । ପରିବାର ଲୋକେ ପ୍ରଥମେ ତାକୁ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜୟପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏବେ ଶିଶୁଟିର ଚିକିତ୍ସା ଚାଲିଛି, ସେ ସୁସ୍ଥ ଥିବା କହିଛନ୍ତି ଡ଼ାକ୍ତର ।