ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୮ ଜଣ ମନ୍ତ୍ରୀ !

37

କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା ସମ୍ପୂର୍ଣ୍ଣ ରୂପେ ବଦଳିବ । ଆସନ୍ତାକାଲି ଶପଥ ନେଇପାରନ୍ତି କିଛି ନୂଆ ମନ୍ତ୍ରୀ । ଏଥିପାଇଁ ୧୦ ଜଣଙ୍କୁ ମନ୍ତ୍ରୀ ପଦରୁ ବିଦା କରା~òaû ଜଣାପଡ଼ିଛି । ଆଜି ଅପରାହ୍ନ ୪ଟା ସୁଦ୍ଧା ଇସ୍ତଫା ଦେବାକୁ ଏହି ମନ୍ତ୍ରୀମାନଙ୍କୁ କୁହାଯାଇଛି । ଏବେ ପର୍ଯ୍ୟନ୍ତ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି । ଆଉ ରହିଛନ୍ତି ୨ ମନ୍ତ୍ରୀ ।

ଇସ୍ତଫା ଦେଇ ସାରିଥିବା ମନ୍ତ୍ରୀମାନେ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା  ।