କନ୍ଧମାଳରେ ଭୟଙ୍କର ଦୁର୍ଘଟଣା: ବାଲିଗୁଡା ପୋଇଗୁଡା ଘାଟିରୁ ଓଲଟିଲା ମିନି ଟ୍ରକ, ୮ ମୃତ, ୨୫ରୁ ଅଧିକ ଗୁରୁତର

251

କନକ ବ୍ୟୁରୋ: ଘାଟିରୁ ଓଲଟିଲା ମିନି ଟ୍ରକ୍ । ଘଟଣାସ୍ଥଳରେ ୮ ଜଣଙ୍କରୁ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କନ୍ଧମାଳ ବାଲିଗୁଡା ବାହ୍ମାଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ଟ୍ରକ । ଟ୍ରକ ଡାଲାରେ ବସି ସମସ୍ତେ ଗଦାଧରପୁରରୁ ବ୍ରାହ୍ମଣୀ ଗାଁ ଯାଇଥିଲେ ବୋଲି ଜଣା ପଡିଛି । ତେବେ ଚର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କେତେକ ଲୋକ ବ୍ରାହ୍ମଣୀଗାଁ ଗଦାପୁରକୁ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ମିନିଟ୍ରକରେ ବସି ଯାଉଥଲେ। ଟ୍ରକ୍‌ରେ ପ୍ରାୟ ୩୦ରୁ ଅଧିକ ଲୋକ ବସି ଯାଉଥିିବା ବେଳେ ଘାଟିର ଏକ ବୁଲାଣି ନିକଟରେ ଟ୍ରକ୍‌ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଫଳରେ ଟ୍ରକ୍‌ଟି ପ୍ରାୟ ୪୦ଫୁଟ୍ ତଳକୁ ଖସି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ବ୍ରାହ୍ମଣୀ ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବାର ବ୍ୟବସ୍ଥା କରାଯାଉଛି।