ନିଖୋଜ ହେବାର ୮ ଦିନ ପରେ ମଧ୍ୟ କୌଣସି ସୁରାକ ମିଳିପାରିନି ବିମାନ ଏଏନ ୩୨ର

83

କନକ ବ୍ୟୁରୋ : ନିଖୋଜ ହେବାର ୮ ଦିନ ପରେ ମଧ୍ୟ କୌଣସି ସୁରାକ ମିଳିପାରିନି ବିମାନ ଏଏନ ୩୨ର । ବିମାନର ଖୋଜ ପାଇଁ ସବୁଦିଗରୁ ଚେଷ୍ଟା ଜାରି ରହିଥିଲେ ବି କୌଣସି ସଫଳତା ନମିଳିବା ପରେ ଏବେ ଆମେରିକାଠାରୁ ସହଯୋଗ ମାଗିଛି ଭାରତ । ତେବେ ସାଟେଲାଇଟ ଜରିଆରେ ବିମାନ ସମ୍ବନ୍ଧିତ କିଛି ସୁରାକ ମିଳିବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର ।

ବିମାନଟି ଗତ ୨୨ ତାରିଖ ସକାଳ ୯ଟା ବେଳେ ଚେନ୍ନାଇରୁ ପୋର୍ଟବ୍ଲେୟାର ପାଇଁ ଉଡାଣ ଆରମ୍ଭ କରିଥିଲା । ମାତ୍ର ୧୬ ମିନିଟ ପରେ ଏହି ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ତେବେ ନିଖୋଜ ମାନଙ୍କ ଭିତରେ ଅଛନ୍ତି ୨ ଜଣ ଓଡିଆ ଯୁବକ । ଜଣେ ଯାଜପୁରର ପୂର୍ଣ୍ଣଚନ୍ଦ୍ର ସେନାପତି ଏବଂ ଅନ୍ୟଜଣେ ଗଂଜାମ ଜିଲ୍ଲା ଶୁକୁଣ୍ଡା ଅଂଚଳର ଚରଣ ମହାରଣା ।

ଏହା ସହ ଅସୀମ ଆକାଶରୁ ପୁଅକୁ ଫେରାଇ ଆଣିବାକୁ ପ୍ରାର୍ଥନା