ସପ୍ତମ ବେତନ ଆୟୋଗ : ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆଣିଲେ ଖୁସିଖବର ! ମହଙ୍ଗା ମାଡରୁ ଆଶ୍ୱସ୍ତି ଦେବା ପାଇଁ ବଢିପାରେ ମହଙ୍ଗା ଭତ୍ତା ।

2,379

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଜୁଲାଇ ମାସ ଶେଷ ସୁଦ୍ଧା ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ମହଙ୍ଗା ମାଡରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗତ ୩ ବର୍ଷରେ ଏହା ସବୁଠାରୁ ବଡଧରଣର ଭତ୍ତା ବୋଲି ଅନୁମାନ କରାଯାଉଛି । ବହୁ ବର୍ଷ ଧରି କମ୍ ବେତନ ପାଇବାକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା । ଏବେ ସପ୍ତମ ବେତନ ଆୟୋଗଙ୍କ ପକ୍ଷରୁ ଏଭଳି ଖବର ଆସିବା ପରଠାରୁ କର୍ମଚାରୀଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି ।

ଆପଣଙ୍କୁ କହିରଖୁଛୁ ୨୦୧୪ ମସିହାରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନର ସମୀକ୍ଷା କରିବା ପାଇଁ ସପ୍ତମ ବେତନ ଆୟୋଗର ଗଠନ କରାଯାଇଥିଲା । ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀଙ୍କ ମହଙ୍ଗା ପ୍ରଭାବକୁ କମ୍ କରିବା ପାଇଁ ମହଙ୍ଗା ଭତ୍ତା ବୃଦ୍ଧିର ନିଷ୍ପତ୍ତି ବେତନ ଆୟୋଗ କରିଥାନ୍ତି ।