ସପ୍ତମ ବେତନ କମିଶନ ଲାଗୁ ପରେ ସରକାରୀ କର୍ମଚାରୀ ଖୁସ୍ ! ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

35

କନକ ବ୍ୟୁରୋ: ସପ୍ତମ ବେତନ କମିଶନ ଲାଗୁ ପରେ ସରକାରୀ କର୍ମଚାରୀ ଖୁସ୍ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ୧ ଜାନୁଆରୀ , ୨୦୧୬ରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି । ଏଥିସହ ଆସନ୍ତା ୨୭ରେ ପୂଜା ଛୁଟି ପଡୁଥିବାରୁ ତାପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୨୬ ତାରିଖରେ କର୍ମଚାରୀ ବର୍ଦ୍ଧିତ ଦରମା ପାଇବେ । ସେ ମାସର ଦରମା ବି ସରକାର ଆଗତୁରା ଦେବେ ।

ତେବେ ସପ୍ତମ ବେତନ କମିଶନ ଲାଗୁହେବା ପରେ ରାଜ୍ୟର ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ସାଢେ ୩ ଲକ୍ଷ ପେନସନ୍ ଭୋଗୀ ଏହାର ଲାଭ ପାଇପାରିବେ । ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ୪ ହଜାର ୫ ଶହ କୋଟିର ବୋଝ ପଡିବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।