ବର୍ଦ୍ଧିତ ବେତନରେ ମୋହର ! ସପ୍ତମ ବେତନ କମିସନକୁ ମିଳିଲା କ୍ୟାବିନେଟ୍ ମଂଞ୍ଜୁରୀ

48

କନକ ବ୍ୟୁରୋ : ବର୍ଦ୍ଧିତ ଦରମାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ । ଅଗଷ୍ଟ ୨୯ ତାରିଖରେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଲାଗି ସପ୍ତମ ବେତନ କମିଶନ ସୁପାରିସ ଅନୁଯାୟୀ ବେତନକୁ ଲାଗୁ କରିବାକୁ ଘୋଷଣା କରିଥିଲେ ସରକାର । ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ଏଥିସହ ଆଇଓସିଏଲ ବିବାଦ ନେଇ ମଧ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି । ଏପରିକି ବିବାଦର ସମାଧାନ ନେଇ ହୋଇଥିବା ଚୁକ୍ତିରେ ମୋହର ମାରିଛି କ୍ୟାବିନେଟ । ସେହିପରି ରାଜ୍ୟରେ ଟେଲିଫୋନ ସଂପର୍କୀୟ ପଲିସିକୁ ମଧ୍ୟ ଅନୁମୋଦନ କରାଯାଇଛି । ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ ।