ନବୀନଙ୍କ ଦୀପାବଳି ଭେଟି : ରାଜ୍ୟରେ ସପ୍ତମ ବେତନ କମିଶନ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

76

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଦୀପାବଳି ଭେଟି । ରାଜ୍ୟରେ ସପ୍ତମ ବେତନ କମିଶନଙ୍କ ସିପାରିସ ଲାଗୁ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ ।

ତେବେ ସପ୍ତମ ବେତନ କମିଶନ ଲାଗୁ ହେଲେ ପ୍ରାୟ ୪ଲକ୍ଷ କର୍ମଚାରୀ ଓ ୩ଲକ୍ଷରୁ ଅଧିକ ପେନସନ୍ ଭୋଗୀ ଉପକୃତ ହେବେ । ମୋଡାଲିଟି ସ୍ଥିର କରିବାକୁ ଗଠନ ହେବ ଏକ କମିଟି । ଆଉ ଏହି କମିଟିର ସୁପାରିଶ ଆଧାରରେ ରାଜ୍ୟ ସରକାର କାର୍ଯ୍ୟ କରିବେ ।

କେନ୍ଦ୍ର ସରକାର ସପ୍ତମ ବେତନ କମିଶନ ଲାଗୁ ନେଇ ଘୋଷଣା କରିବା ପରେ ଓଡିଶା ସରକାର ମଧ୍ୟ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଗ୍ରହଣ କରିବା ଲାଗି ନିଷ୍ପତି ନେଇଛନ୍ତି । ଚର୍ଚ୍ଚା ଚାଲିଛି ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ହୋଇପାରେ ।

୧୦ ବର୍ଷ ପୂର୍ବେ ଯେତେବେଳେ ଷଷ୍ଠ ବେତନ କମିଶନ ସୁପାରିଶ ରାଜ୍ୟରେ ଲାଗୁ ହୋଇଥିଲା ସେତେବେଳେ ମଧ୍ୟ ମୁଣ୍ଡ ଉପରେ ନିର୍ବାଚନ ଥିଲା । ଆଉ ସେହି ଦୃଷ୍ଟିକୋଣରୁ ଅନୁମାନ କରାଯାଉଛି ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ନବୀନ ସରକାର ଏହାକୁ କାର୍ଯ୍ୟକାରୀ କରିପାରନ୍ତି ।