ସପ୍ତମ ବେତନ କମିଶନ ଆଣି ଦେଇଛି ସରକାରୀ କର୍ମଚାରୀଙ୍କ ପାଇଁ ଦୁଃଖ ଖବର : ବେତନ ବୃଦ୍ଧି ଉପରେ ପଡିଲା ପୂର୍ଣ୍ଣଛେଦ ।

40

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନକୁ ନେଇ ଥିବା ସମସ୍ୟା ବନ୍ଦ ହେବାର ନାଁ ନେଉନି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶରୁ ଏହି ସମସ୍ୟା ଆରମ୍ଭ ହୋଇଯାଇଥିଲା । ଏହି ଆୟୋଗ ଯେତିକି ବେତନ ବୃଦ୍ଧି ପାଇଁ ସୁପାରିଶ କରିଥିଲେ, ସେଥିରେ କର୍ମଚାରୀ ନାଖୁସ ଅଛନ୍ତି । କର୍ମଚାରୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଆଖି ଆଗରେ ରଖି ବିତ୍ତ ମନ୍ତ୍ରୀ ଅରୁଣ ଜେଟଲୀ ସପ୍ତମ ବେତନ ଆୟୋଗର ସୁପାରିଶରେ ଥିବା ସମସ୍ତ ଅନିୟମିତତାଗୁଡିକର ଯାଂଚ ପାଇଁ ନିଷ୍ପତ୍ତି ନେଲେ । ଏହା ପାଇଁ ଏକ କମିଟି ମଧ୍ୟ ଗଠନ ହୋଇଥିଲା । ଇତି ମଧ୍ୟରେ କର୍ମଚାରୀ ବର୍ଗ ଓ ପ୍ରଶିକ୍ଷଣ ବିଭାଗ କହିଲା କି ବେତନ ବୃଦ୍ଧିରେ କୈାଣସି ଅନିୟମିତତା ନାହିଁ କିନ୍ତୁ ପରେ ଏହା ଉପରେ ସ୍ପଷ୍ଟିକରଣ ଜାରି କରାଗଲା ଯେ ବେତନ ବୃଦ୍ଧିର ସୁପାରିଶରେ ଅନିୟମିତତା ରହିଛି ।

ଏହି ସ୍ପଷ୍ଟିକରଣ ପରେ କେନ୍ଦ୍ରୀୟ କର୍ମଚାରୀ ବହୁତ ଖୁସି ଥିଲେ କାରଣ ସେମାନଙ୍କୁ ଲାଗୁଥିଲା ଯେ ଶୀଘ୍ର ହିଁ ବେତନ ବୃଦ୍ଧିକୁ ନେଇ ଭଲ ଖବର ପ୍ରକାଶ ପାଇବ । କିନ୍ତୁ ଏହା ଭିତରେ ବିତ୍ତ ରାଜ୍ୟ ମନ୍ତ୍ରୀ ପି ରାଧାକୃଷ୍ଣନଙ୍କ ଗୋଟିଏ ବୟାନରେ ସମସ୍ତ କର୍ମଚାରୀଙ୍କ ଆଶା ମଉଳିଗଲା । ସେ କହିଲେ, “ମୋଦି ସରକାର ସପ୍ତମ ବେତନ ଆୟୋଗଙ୍କ ସୁପାରିଶରେ ବେତନ ବୃଦ୍ଧି ଉପରେ କୈାଣସି ପ୍ରକାରର ବିଚାର କରୁ ନାହାନ୍ତି । ” ରାଜ୍ୟସଭାରେ ପି ରାଧାକୃଷ୍ଣନ କହିଲେ, “ସପ୍ତମ ବେତନ ଆୟୋଗ ସର୍ବନିମ୍ନ ଦରମାକୁ ୧୮ ହଜାର ଟଙ୍କା ପ୍ରତି ମାସ ଓ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୫୭ କରିବାକୁ ସୁପାରିଶ କରିଛନ୍ତି ଏବଂ ଏଥିରେ ବର୍ତ୍ତମାନ ପାଇଁ କୈାଣସି ପରିବର୍ତ୍ତନ ବିଚାରାଧୀନ ନୁହେଁ । ”

ଆହୁରି ମଧ୍ୟ କେନ୍ଦ୍ର ସରକାର ଆଉ ଏକ ବଡ ନିଷ୍ପତ୍ତିରେ କହିଲେ କି କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ବଢିବାକୁ ନେଇ କୈାଣସି ଯୋଜନା ନାହିଁ । କେନ୍ଦ୍ରୀୟ କର୍ମଚାରୀ ଅନେକ ବର୍ଷରୁ ଏହା ଦାବି କରିଆସୁଛନ୍ତି ଯେ ସେମାନଙ୍କ ଅବସର ବୟସକୁ ୬୦ ବର୍ଷରୁ ୬୨ ବର୍ଷ ପର୍ଯ୍ୟନ୍ତ କରି ଦିଆଯାଉ । କର୍ମଚାରୀ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କ କହିବାନୁସାରେ କର୍ମଚାରୀଙ୍କ ଅବସର ବୟସ ବଢାଇବାକୁ ନେଇ କୈାଣସି ଉଦ୍ଦେଶ୍ୟ ନାହିଁ ।