ଛାତ୍ରୀ ମାନଙ୍କ ପାଇଁ ଖୁସିଖବର ! ଆଇଆଇଟିରେ ଚଳିତ ବର୍ଷ ଛାତ୍ରୀ ମାନଙ୍କ ପାଇଁ ୭୭୯ ସିଟ ରହିବ ରିଜର୍ଭ, ଜାଣନ୍ତୁ ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କ ପାଇଁ କେତୋଟି ସିଟ୍ ରହିବ ଫାଙ୍କା

55

ଛାତ୍ରୀ ମାନଙ୍କ ପାଇଁ ଖୁସିଖବର ଆଣିଲା ଆଇଆଇଟି । ଏଣିକି ଆଇଆଇଟିରେ କେବଳ ଛାତ୍ରୀ ମାନଙ୍କ ପାଇଁ ୭୭୯ଟି ସିଟ୍ ରିଜର୍ଭ ରହିବ । ଇଞ୍ଜିନିୟରିଙ୍ଗକ୍ଷେତ୍ରରେ ଯୁବତୀ ମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଆଇଆଇଟି ଚଳିତ ବର୍ଷ ଠାରୁ କେବଳ ଯୁବତୀ ମାନଙ୍କ ପାଇଁ ୭୭୯ଟି ସିଟ ସଂରକ୍ଷିତ ରଖିବ । ଏହାପୂର୍ବରୁ ଜଏଣ୍ଟ ଆଡମିଶନ ବୋର୍ଡ ସିଟ୍ ସଂରକ୍ଷଣ ରଖିବା ପାଇଁ ଆଇଆଇଟି କାଉନସିଲକୁ ସୁପାରିଶ କରିଥିଲା । ଯାହାକୁ ମାନି ନେଇଛି ଆଇଆଇଟି କାଉନସିଲ । ସଂରକ୍ଷିତ ରହୁଥିବା ଏହି ସିଟକୁ ସୁପରନ୍ୟିୁମରି ସିଟ୍ କୁହାଯାଉଛି ।

ସୁପରନ୍ୟୁମରି ସିଟ୍ ଅନୁଯାୟୀ, ଯଦି ସଂରକ୍ଷିତ ସିଟରେ କୌଣସି ଛାତ୍ରୀ ଆଡମିଶନ ନ ନିଅନ୍ତି ତେବେ ମଧ୍ୟ ଏହି ସିଟ୍ ଖାଲି ରହିବ । ଅଥାର୍ତ ଏହି ସିଟରେ ଛାତ୍ରମାନେ ଆଡମିଶନ କରିପାରିବେ ନାହିଁ ।ତେବେ ଯୁବତୀଙ୍କ ପାଇଁ ଏହି ସିଟ୍ ସଂରକ୍ଷିତ ରହିଲେ ମଧ୍ୟ ଏହାର ପ୍ରଭାବ ଆଇଆଇଟି ପୂରା ସିଟ୍ ଉପରେ ପଡିବ ନାହିଁ । ଗତବର୍ଷ ବିଟେକ କୋର୍ସରେ ମୋଟ ୧୦,୯୮୭ ଜଣ ଛାତଛାତଅୀ ଆଡମିଶନ କରିଥିଲେ । ଯେଉଁଥିରେ ମାତ୍ର ୧୦୦୬ ଜଣ ଛାତ୍ରୀ ଥିଲେ । ତେଣୁ ଆଇଆଇଟିରେ ଛାତ୍ରୀମାନଙ୍କ ସଂଖ୍ୟା ବଢାଇବାକୁ ଏଭଳି ନିଷ୍ପତି ଏକ ବର୍ଷ ପୂର୍ବରୁ ନିଆଯାଇଥିଲା । ଏହାଦ୍ୱାରା ୨୦୨୦ ସୁଦ୍ଧା ବିଟେକ ପାଠ୍ୟକ୍ରମରେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ଆଡମିଶନ କରନ୍ତୁ ବୋଲି ଆଇଆଇଟି ଲକ୍ଷ୍ୟ ରଖିଛି । ଏହି ନୂଆ ନିୟମ ଅନୁଯାୟୀ, ଆଇଆଇଟି ଖଡଗପୁରରେ ସର୍ବାଧିକ ୧୧୩ଟି ସିଟ ଫାଙ୍କା ରହିବାକୁ ଥିବା ବେଳେ ଆଇଆଇଟି ଭୁବନେଶ୍ୱରରେ ଛାତ୍ରୀ ମାନଙ୍କ ପାଇଁ ୧୮ଟି ସିଟ୍ ସଂରକ୍ଷିତ ରହିବ ।

କେଉଁ ଆଇଆଇଟିରେ ଛାତ୍ରୀ ମାନଙ୍କ ପାଇଁ କେତୋଟି ସିଟ୍ ଫାଙ୍କା ରହିବ
ଆଇଆଇଟି ଖଡ଼ଗପୁର : ୧୧୩ ସିଟ୍
ଆଇଆଇଟି ଧାନବାଦ :୯୫ ସିଟ୍
ଆଇଆଇଟି କାନପୁର : ୭୯ ସିଟ୍
ଆଇଆଇଟି ଋଡ଼଼କୀ : ୬୮ ସିଟ
ଆଇଆଇଟି ଦିଲ୍ଲୀ : ୫୯ ସିଟ୍
ଆଇଆଇଟି ବମ୍ବେ : ୫୯ ସିଟ୍
ଆଇଆଇଟି ଗୌହାଟି : ୫୭ ସିଟ୍
ଆଇଆଇଟି ମାଡ୍ରାସ : ୩୧ ସିଟ୍
ଆଇଆଇଟି ରୋପଡ : ୨୯ ସିଟ୍
ଆଇଆଇଟି ପାଟନା : ୨୫ ସିଟ୍
ଆଇଆଇଟି ଭୁବନେଶ୍ୱର : ୧୮ ସିଟ୍
ଆଇଆଇଟି ଇନ୍ଦୋର : ୧୫ ସିଟ୍
ଆଇଆଇଟି ଗାନ୍ଧିନଗର : ୧୩ ସିଟ୍
ଆଇଆଇଟି ହାଇଦ୍ରାବାଦ : ୯ ସିଟ୍
ଆଇଆଇଟି ଧରବାଦ : ୭ ସିଟ୍
ଆଇଆଇଟି ଗୋଆ : ୭ ସିଟ୍
ଆଇଆଇଟିଯୋଧପୁର : ୭ ସିଟ୍
ଆଇଆଇଟି ଭିଲାଇ : ୬ ସିଟ୍
ଆଇଆଇଟି ଜମ୍ମୁ : ୪ ସିଟ୍
ଆଇଆଇଟି ପଲକ୍କଡ : ୩ ସିଟ୍