ତିତଲି ନେଇଛି ୭୭ ଜୀବନ ! ଏ ପର୍ଯ୍ୟନ୍ତ ମିଳିନାହିଁ କୌଣସି କେନ୍ଦ୍ରୀୟ ସହାୟତା: ଯୁଗ୍ମ ରିଲିଫି କମିଶନର

31

କନକ ବୁରୋ : ଦିନକୁ ଦିନ ତିତଲି ବାତ୍ୟାପରେ କ୍ଷୟକ୍ଷତି ସଂଖ୍ୟା ବଢିବାରେ ଲାଗିଛି । ତେବେ ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ତିତଲି ପ୍ରଭାବରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୭ରେ ପହଚିଂଥିବା ଜଣାପଡିଛି । ତେବେ ଏନେଇ ଆଜି ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫି କମିଶନର ପ୍ରଭାତ ମହାପାତ୍ର । ଏହାସହ ସେ କହିଛନ୍ତି ଯେ, ବର୍ତମାନ ସମୟରେ ପ୍ରାଣ ତ୍ୟାଗ କରିଥିବା ଲୋକମାନଙ୍କ ମଧ୍ୟରୁ ୫୮ ଜଣଙ୍କ ପରିଚୟ ମିଳିଥିବା ବେଳେ ୧୯ ଜଣଙ୍କ ପରିଚୟ ମିଳିପାରିନାହିଁ ।

 

ଏହାସହ ବର୍ତମାନ ସମୟରେ କୌଣସି ପ୍ରକାରର କେନ୍ଦ୍ରୀୟ ସହାୟତା ମିଳିନଥିବା ସେ କହିଛନ୍ତି । ଖୁବଶୀଘ୍ର କେନ୍ଦ୍ରୀୟ ସହାୟତା ଟିମନ ଆସିବେ ବୋଲି ଆମେ ଆଶା ରଖିଛୁ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ବାତ୍ୟା ପ୍ରଭାବରେ ସାରା ରାଜ୍ୟର ଅନେତ ଜିଲ୍ଲା ପ୍ରଭାବିତ ହୋଇଥିଲା । ଗଜପତି, ଗଜାଂମ ଓ ରାୟଗଡରେ ବେଶି କ୍ଷତି ହୋଇଥିବା ଜଣାପଡିବା ସହ ପ୍ରଭାବିତ ଅଚଂଳର କିପରି ଭାବରେ ପରିସ୍ଥିତି ସ୍ୱାଭାବିକ ହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି । ବନ୍ୟା ପୀଡିତାଙ୍କୁ ସହାୟତା ରାଶି ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରବା ନିଜେ ବନ୍ୟାଅଚଂଳ ଗସ୍ତ ମଧ୍ୟ କରିଥିଲେ ।