ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫% ମାର୍କ ବାଧ୍ୟତାମୂଳକ

20

କନକ ବ୍ୟୁରୋ : ଭଲ ପାଠ ପଢିଲେ ଭଲ ଇଂଜିନିୟରିଂ କଲେଜରେ ପାଠ ପଢିପାରିବେ । କେବଳ ଏଂଟ୍ରାନ୍ସରେ ଭଲ କରିଦେଲେ ଆଇଆଇଟି, ଏନଆଇଟିରେ ଆଡମିଶନ ମିଳିବନି । ଏଥିଲାଗି +୨ ପରୀକ୍ଷାରେ ସର୍ବନିମ୍ନ ୭୫ପ୍ରତିଶତ ମାର୍କ ରଖିବାକୁ ପଡିବ । ନହେଲେ ଏସବୁ ବଡ ବଡ ଶିକ୍ଷାନୁଷ୍ଠାନରେ ନାମଲେଖାର ସୁଯୋଗ ମିଳିବ ନାହିଁ । ଆଇଆଇଟି, ଏନଆଇଟି ଭଳି ଅନୁଷ୍ଠାନ ଗୁଡିକରେ ନାମଲେଖା ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ଦ୍ୱାଦଶ ବା ଯୁକ୍ତଦୁଇ ପରୀକ୍ଷାରେ ୭୫ମାର୍କ ରଖିବାକୁ ପଡିବ। ଅନୁସୂଚିତ ଜାତି ଜନଜାତି ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ କୋହଳ କରାଯାଇଛି ଅର୍ଥାତ ୬୫ମାର୍କ ରଖିବାକୁ ପଡିବ । ଜେଇଇ ୨୦୧୭ ପାଇଁ ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ନିଯୁକ୍ତ ଆଇଆଇଟି ନିର୍ଦେଶକ ବୋର୍ଡ ଏହି ନିଷ୍ପତି ନେଇଛନ୍ତି।