ଭାରତରେ ୭୪ ପ୍ରତିଶତ ମହିଳାଙ୍କ ଠାରେ ଭିଟାମିନ୍–ଡି ଅଭାବ : ଜାଣନ୍ତୁ ଏହାର ଅଭାବରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା

66

ଭାରତୀୟ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଆଲୋଚନା ଚାଲିଛି । ଏହାର କାରଣ ଏକ ହାଲିୟା ମେଡିକାଲ ସର୍ଭେ , ଯେଉଁଥିରେ ଭାରତର ୭୪ ପ୍ରତିଶତ ମହିଳାଙ୍କୁ ଭିଟାମିନ୍-ଡି ର ଅଭାବରେ ଗ୍ରାସିତ ହେବାକୁ ପଡୁଛି । ଏହି ମାମଲାରେ ଉତ୍ତର ଭାରତର ମହିଳାଙ୍କ ସ୍ଥିତି ଅତ୍ୟଧିକ ଖରାପ । ଭିଟାମିନ୍-ଡି ର ଅଭାବରେ ମହିଳାଙ୍କୁ ଅଷ୍ଟିଓପୋରୋସିସ୍, ଡାଇବେଟିସ୍, ଗଣ୍ଠି ବ୍ୟଥା, ଗୋଡ ଫୁଲିବା ଭଳି ସମସ୍ୟା ଆସିବାର ବିପଦ ବଢ଼ୁଛି ।

ଦିଲ୍ଲୀ ମେଡିକାଲ ଆସୋସିଏସନର ପୁରାତନ ଅଧ୍ୟକ୍ଷ ଓ ବରିଷ୍ଠ ଫିଜିସିଆନ ଡା. ଅନିଲ ବଂଶଲଙ୍କ କହିବାନୁସାରେ ଭାରତୀୟ ମହିଳାଙ୍କ ଠାରେ ଭିଟାମିନ୍-ଡି ର ଅଭାବ ଏକ ପ୍ରମୁଖ କାରଣ ଏହା ଯେ, ଦେଶରେ ଅଧିକାଂଶ ମହିଳା ଶାଢ଼ି, ସଲୱାର-କୁର୍ତ୍ତା ଭଳି ପରିଧାନ ପିନ୍ଧନ୍ତି । ଏହି କାରଣରୁ ତାଙ୍କ ଶରୀର ଭିଟାମିନ୍-ଡି ର ପ୍ରମୁଖ ସ୍ରୋତ ସୂର୍ଯ୍ୟ କିରଣକୁ ସଂପୂର୍ଣ୍ଣ ଭାବେ ଅବଶୋଷଣ କରିପାରେନି । ଏପର୍ଯ୍ୟନ୍ତ କେବଳ ଘରୋଇ ମହିଳାଙ୍କ ଠାରେ ଭିଟାମିନ୍-ଡି ର ଅଭାବ ଦେଖିବାକୁ ମିଳୁଥିଲା କାହିଁକିନା ସେମାନେ ଅଧିକ ସମୟ ଘରେ ରହନ୍ତି । କିନ୍ତୁ ଆଜିକାଲି କର୍ମଜୀବି ମହିଳାଙ୍କ ଠାରେ ମଧ୍ୟ ଭିଟାମିନ୍-ଡି ଅଭାବ ହେଉଛି କାରଣ ସେମାନେ ଅଧିକ ସମୟ ଅଫିସରେ ବିତାଉଛନ୍ତି ଓ ସୂର୍ଯ୍ୟ କିରଣରୁ ବଂଚିତ ରହୁୂଛନ୍ତି ।