ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ! ୭୩ ପ୍ରତିଶତ ଜନତାଙ୍କ ମତଦାନ

25

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ୭୩ ପ୍ରତିଶତ ମତଦାନ ହୋଇଛି । ଢ଼େଙ୍କାନାଳ ଜିଲ୍ଲାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୬୪ ପ୍ରତିଶତ ମତଦାନ ହୋଇଛି ।

ଯାଜପୁରର ଦାନଗଦି, ରାୟଗଡ଼ାର ବିସମକଟକ ଏବଂ ଘସିପୁରାରେ ମତଦାନ ବାଧାପ୍ରାପ୍ତ ହୋଇଛି । ଏହି ସବୁ ସ୍ଥାନରେ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ନିର୍ବାଚନ କରିବା ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।