କାଲି ଦେଶ ପାଳିବ ୭୦ ତମ ସ୍ୱାଧୀନତା ଦିବସ : ରାଜ୍ୟ ସ୍ତରୀୟ ପରେଡ ପାଇଁ ଚୂଡାନ୍ତ ଅଭ୍ୟାସ ଶେଷ

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିନକ ପରେ ଦେଶ ପାଳନ କରିବ ୭୦ତମ ସ୍ୱାଧୀନତା ଦିବସ । ଏଥିପାଇଁ ରାଜ୍ୟ ସ୍ତରୀୟ ମିଳିତ ପରେଡର ଚୂଡାନ୍ତ ଅଭ୍ୟାସ ସରିଛି । ୬୫ ଟି ଗ୍ରୁପ ଏହି ପରେଡରେ ସାମିଲ ହେଉଥିବା ବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ କଲେଜ ପିଲାଙ୍କ ମଟରସାଇକେଲ ଉପରେ ଡେୟାର ଡେଭିଲ୍ସ ସୋ ଏବଂ କୁନି କୁନି ପିଲାଙ୍କ ସ୍କେଟିଂ । ସେପଟେ ଭାଇଚାରାର ବାର୍ତା ନେଇ ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଛି ଆନ୍ଧ୍ର ପୁଲିସ । କିନ୍ତୁ ପୁଲିସ ପରେଡ କରିବାକୁ ଅନୁମତି ନଦେବାରୁ ନିରାଶ ହୋଇଛି କିନ୍ନର ସଂଘ ।