ମୋଦିଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପଙ୍କୁ ଆମେରିକୀୟ ସାଂସଦଙ୍କ ଚିଠି ! ଭାରତରେ ବ୍ୟବସାୟ ମାର୍ଗ ସରଳ କରିବାକୁ ଉଲ୍ଲେଖ

34

କନକ ବ୍ୟୁରୋ: ମୋଦିଙ୍କୁ ଭେଟିବା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିଛନ୍ତି ଆମେରିକୀୟ ସାଂସଦ । ଭାରତରେ ବ୍ୟବସାୟ ପାଇଁ ରାସ୍ତା ସହଜ କରିବାକୁ ମୋଦିଙ୍କୁ କହିବାକୁ ସାଂସଦମାନେ ଚିଠିରେ ଲେଖିଛନ୍ତି ।

ଭାରତୀୟ ଅର୍ଥ ବ୍ୟବସ୍ଥାରେ ଅନେକ ସେକ୍ଟର ଏବେ ମଧ୍ୟ ବହୁତ ଅଧିକ ଓ ଅନୁଚିତ ରୁପରେ ସଂରକ୍ଷିତ ରହିଛି । ତେଣୁ ଆମେରିକୀୟ କଂପାନୀଗୁଡିକ ପାଇଁ ଭାରତରେ ବ୍ୟବସାୟ ସହଜ ହେବନାହିଁ ବୋଲି ଆମେରିକୀୟ ସାଂସଦମାନେ ଟ୍ରମ୍ପଙ୍କୁ ଲେଖିଛନ୍ତି ।