ଦେଶର ୭୦୦ଟି ଗାଁ ହୋଇଯାଇଛି ସଂପୂର୍ଣ୍ଣ ଖାଲି, ଲୋକମାନେ କହିଲେ ଭୂତ ଗାଁ । ଜାଣନ୍ତୁ ଏହା ପଛର ରହସ୍ୟ

60

ଉତ୍ତରାଖଣ୍ଡରେ ଶୀତ ଋତୁରେ କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅଂଚଳରେ ରହୁଥିବା ଲୋକ କମ୍ ଉଚ୍ଚତା ବିଶିଷ୍ଟ ଅଂଚଳକୁ ଆସୁଛନ୍ତି । ପରେ ପାଣିପାଗ ବଦଳିବା ପରେ ପୁଣି ନିଜ ଗାଁକୁ ଫେରିଯାଆନ୍ତି । କିନ୍ତୁ ଗତ କିଛି ବର୍ଷରେ ଶୀତ ଋତୁ ପରେ ଲୋକମାନେ ନିଜ ଗାଁକୁ ଫେରୁନାହାନ୍ତି । ଲୋକମାନେ ଗାଁକୁ ଖାଲି କରିଦେଉଥିବାରୁ ଉତ୍ତରାଖଣ୍ଡରେ ଲୋକମାନେ ଏହାକୁ ଭୂତ ଗାଁ କହିବାକୁ ଲାଗିଲେଣି । କିନ୍ତୁ କ’ଣ ଏହାର ରହସ୍ୟ, ଆସନ୍ତୁ ଜାଣିବା ।

ଉତ୍ତରାଖଣ୍ଡ ସରକାର ଗାଁରୁ ଲୋକଙ୍କ ପଳାୟନକୁ ନେଇ ଗତ ବର୍ଷ ପ୍ରବାସନ ଆୟୋଗ କରିଥିଲେ । ଆୟୋଗର ଉପାଧ୍ୟକ୍ଷ ଏସ୍ ଏସ୍ ନେଗୀଙ୍କ କହିବାନୁସାରେ, ଗତ ୧୦ ବର୍ଷରେ ୭୦୦ ଗାଁ ଖାଲି ହୋଇସାରିଲାଣି ଏବଂ ପାଖାପାଖି ୧.୧୯ ଲକ୍ଷ ଲୋକ ଘର ଛାଡି ଦେଇଛନ୍ତି । ନେଗୀଙ୍କ ମୁତାବକ, ୫୦ ପ୍ରତିଶତ ଲୋକ ଜୀବନଯାପନ କରିବା ପାଇଁ ନିଜର ଗାଁ ଛାଡି ଦେଇଛନ୍ତି, ଯେବେକି ଅଧା ଲୋକ ଖରାପ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା କାରଣରୁ ଗାଁକୁ ଫେରି ନାହାଁନ୍ତି । ପଳାୟନ କରୁଥିବା ୭୦ ପ୍ରତିଶତ ଲୋକ ରାଜ୍ୟରେ ହିଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଉଛନ୍ତି । ଉତ୍ତରାଖଣ୍ଡରେ ଲୋକମାନେ ଏହି ଖାଲିପଡିଥିବା ଗାଁକୁ ‘ଭୂତ ଗାଁ’ କୁହନ୍ତି ।

ପ୍ରବାସନ ଆୟୋଗ ମୁତାବକ, ବର୍ଷ ୨୦୧୧ ଓ ୨୦୧୭ର ଜନଗଣନା ମୁତାବକ, ୭୩୪ଟି ଗାଁରେ ଜଣେ ବି ଲୋକ ମିଳିଲେନି । ଯେବେକି ୫୬୫ ଗାଁରେ ଅଧା ଲୋକ ହିଁ ଥିଲେ । ଅଧିକାଂଶ ଲୋକ ମୂଳଭୁତ ସୁବିଧା ଗୁଡିକର ଅଭାବ ପାଇଁ ଗାଁ ଛାଡିଛନ୍ତି । ଆଉ କେତେକ ଗାଁ ବୋର୍ଡର ଉପରେ ଅଛି, ଯାହା କାରଣରୁ ଲୋକଙ୍କ ମଧ୍ୟରେ ଚିନ୍ତା ବି ଥାଏ ।