ପୁଲିସ୍ ହାଜତରେ ବଳାତ୍କାରୀ ବାପା ! ୨୦ ବର୍ଷ ଧରି ଝିଅକୁ କରିଥିଲା ଦୁଷ୍କର୍ମ

144

ଏ ଏମିତି ଏକ ଝିଅର କାହାଣୀ ଯାହାକୁ ଶୁଣିଲେ ଆପଣଙ୍କ ଆଖିର ଲୁହ ବନ୍ଧ ମାନିବନି । ଆଉ ଏମିତି ଏକ ବାପାର କାହାଣୀ ଯାହା କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେବ । ଏ ହେଉଛି ନିଜ ଝିଅ ପ୍ରତି ଥିବା ୭୦ ବର୍ଷୀୟ ଯୌନ ପିପାଶୁ ବୃଦ୍ଧ ବାପର ପାଶବିକ ଅତ୍ୟାଚାରର କାହାଣୀ । ପୀଡିତାକୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ବାପାର ଲୋଲୁପ ଦୃଷ୍ଟି ପଡିଥିଲା ମା’ ଛେଉଣ୍ଡ ଝିଅ ଉପରେ । ଆଉ ତା ପରେ ଦୀର୍ଘ ୨୦ ବର୍ଷ ଧରି ଧର୍ଷଣର କୁତ୍ସିତ ଚେହେରା ଦେଖିଥିଲା ପୀଡିତା । ଏମିତି କି ବିବାହ ପରେ ମଧ୍ୟ ବାପା ଛାଡି ନଥିଲା ଝିଅକୁ । ସ୍ୱାମୀ ଛାଡି ଦେବା ପରେ ପୁଣି ବାପାର ଅତ୍ୟାଚାରର ଶିକାର ହୋଇଥିଲା ପୀଡିତା । ଏପରିକି କାହାକୁ କହିଲେ ମାରି ଦେବାର ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ ବାପା । ତେବେ ଶାବତ ମା’ର ଅଭିଯୋଗ କ୍ରମେ ଲୁଧିଆନା ପୁଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିଥିବା ପ୍ରକାଶ କରିଛି ଟାଇମ୍ସ ଅଫ୍ ଇଣ୍ଡିଆ ।