ଇଞ୍ଜିନିୟରିଂକୁ ଓଡ଼ିଶା ଛାତ୍ରଛାତ୍ରୀଙ୍କ ନା ! ମିଳୁନାହିଁ ଚାକିରୀ କି ଭଲ ଦରମା, ଫାଙ୍କା ପଡ଼ିବ ୭୦ ପ୍ରତିଶତରୁ ଅଧିକ ସିଟ୍

38

କନକ ବ୍ୟୁରୋ : ଚାକିରୀ ନାହିଁ କି ଆଉ ଭଲ ଦରମା ନାହିଁ । ଦିନକୁ ଦିନ ଏହି କାରଣ ଛାତ୍ରଛାତ୍ରୀଙ୍କୁ ଇଂଜିନିୟରିଂ ପାଠ ଠାରୁ ଦୁରେଇ ନେଉଛି । ଗତବର୍ଷ ରାଜ୍ୟରେ ଥିବା ଇଂଜିନିୟରିଂ କଲେଜର ପ୍ରାୟ ପଚାଶ ପ୍ରତିଶତ ସିଟ୍ ଖାଲି ରହିଥିବାବେଳେ ଚଳିତବର୍ଷ ୭୦ ପ୍ରତିଶତରୁ ଅଧିକ ସିଟ ଖାଲି ପଡିବାର ଆଶଙ୍କା ରହିଛି । ଚଳିତବର୍ଷ ଇଂଜିନିୟରିଂ ସିଟ୍ ଲାଗି ଚଏସ ଲକିଂ ପ୍ରକ୍ରିୟା ଶେଷ ହୋଇଛି କିନ୍ତୁ ୧୨ହଜାର ୩୧୯ଜଣ ଛାତ୍ରଛାତ୍ରୀ ଚଏସ ଲକିଂ କରିଛନ୍ତି । ଯାହା ଆଡମିସନ ସମୟରେ ଆହୁରି କମିଯିବାର ଆଶଙ୍କା ରହିଛି ।

ରାଜ୍ୟରେ ସରକାରୀ ଓ ବେସରକାରୀ କଲେଜର ମୋଟ ସିଟ ୩୮ହଜାର ୬ଶହ ସିଟ ରହିଛି । ଖାଲି ପଡିଥିବା ସିଟ ଗୁଡିକ ପାଇଁ ସ୍ୱତନ୍ତ୍ର ଓଜେଇଇ କରାଯିବା ନେଇ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁଲାଇ ୧୩ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିରେ ଖାଲି ପଡୁଥିବା ସିଟରୁ କିଛି ପୂରଣ ହେବ ବୋଲି ଆଶା କରିଛନ୍ତି ଓଜେଇଇର ନିର୍ଦ୍ଦେଶକ । ଅନ୍ୟପଟେ ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଓ ରାଜ୍ୟ ତଥା କେନ୍ଦ୍ର ସରକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବାରେ ବିଫଳତା ଇଂଜିନିୟରିଂ ପ୍ରତି ବିତୁଷ୍ଣାଭାବ ସୃଷ୍ଟି କରାଉଛି ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।