ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ତାଲିକାଭୁକ୍ତ

159

କନକ ବ୍ୟୁରୋ : ମାଗଣାରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଗତ ବର୍ଷ ସ୍ୱାଧୀନତା ଦିବସ ଦିନ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଜନସାଧାରଣଙ୍କ ପାଖରେ ସହଜରେ ପଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା । ବର୍ତ୍ତମାନ ସୁଦ୍ଧାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହି ଯୋଜନା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ମେଡ଼ିକାଲରେରେ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି ଲୋକେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷ ପରିବାର ତାଲିକାଭୁକ୍ତ ହୋଇଛନ୍ତି । ରାଜ୍ୟ ଭିତରେ ୨୦୦ ଘରୋଇ ହସପିଟାଲ ଓ ରାଜ୍ୟ ବାହାରେ ୨୦ଟି ବଡ଼ ବଡ଼ ସୁପର ସ୍ପେସାଲିଟି ହସପିଟାଲକୁ ତାଲିକାଭୁକ୍ତ କରାଯାଇଛି । ଏହାବ୍ୟତୀତ ରାଜ୍ୟ ବାହାରେ ଆଉ ଅଧିକ ହସିପିଟାଲରେ କିପରିି ସୁବିଧା ମିଳିପାରିବ ସେନେଇ ବ୍ୟବସ୍ଥା ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ହସପିଟାଲ ଗୁଡ଼ିକ ସହ ଯୋଗାଯୋଗ କରୁଛନ୍ତି । ସେପଟେ ଘରୋଇ ହସପିଟାଲ ଗୁଡ଼ିରେ ରେ ଚିକିତ୍ସା ସୁବିସା ସଜହ ଓ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଘରୋଇ ହସପିଟାଲରେ କାର୍ଡ଼ଧାରୀ ରୋଗୀମାନେ ଯେପରି କୌଣସି ଅସୁବିଧା ନଭୋଗନ୍ତି ସେଥିପାଇଁ ସ୍ୱାସ୍ଥ୍ୟମିତ୍ର ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁପରିଚାଳନା, ଗୁଣାତ୍ମକ ବିକାଶ, ପାଣ୍ଠି ବିନିଯୋଗ ଆଦିକୁ ଆଉ ଏକ ସଂସ୍ଥା ଦ୍ୱାରା ଯାଂଚ କରାଇବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଏ । ଯାଂଚ ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ଗୁଡ଼ିରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ବୈଠକରେ ନିଷ୍ପତ୍ତିରେ ହୋଇଥିଲା ।