ନିଜ ଦେଶରେ ଅନାଥ ଭଳି ବଂଚୁଛନ୍ତି ଏହି ୭ଟି ଗାଁର ଲୋକ, ଖାଦ୍ୟ ପାଇଁ ଚୀନ ଉପରେ କରୁଛନ୍ତି ନିର୍ଭର

36

ଉତ୍ତରାଖଣ୍ଡର ପିଥୋରାଗଢ଼ ଜିଲ୍ଲାରେ ପାଖାପାଖି ୭ଟି ଗାଁର ଲୋକ ଚୀନରୁ ଖାଦ୍ୟଶସ୍ୟ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି । ଏଠାକାର ଅପହଂଚ ଇଲାକା ଧାରଚୁଲାର ବ୍ୟାସ ଘାଟିରେ ରହୁଥିବା ପାଖାପାଖି ୪୦୦ଟି ପରିବାରର ଖାଦ୍ୟ ସାମଗ୍ରୀ ଯେମିତି କି ଲୁଣ, ଖାଇବା ତେଲ, ଚାଉଳ, ଅଟା ସହିତ ନିତିଦିନିଆ ଜିନିଷର ଆବଶ୍ୟକତା ଚୀନରୁ ପୂରଣ ହେଉଛନ୍ତି ।

ଘାଟିକୁ ଯାଉଥିବା ସଡ଼କ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା କାରଣରୁ ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ମିଳୁଥିବା ରାସନ ଘାଟିର ୭ଟି ଗାଁର ଲୋକଙ୍କ ପର୍ଯ୍ୟନ୍ତ ଠିକ୍ ସମୟରେ ପହଂଚିପାରୁନାହିଁ । ଏଠାକାର ବୁନ୍ଦି, ଗୁଂଜି, ଗବ୍ୟାଙ୍ଗ, କୁଟି, ନପଲଚୁ, ନଭି ଓ ରୋଂକାଙ୍ଗର ନିବାସୀଙ୍କ ପାଇଁ ସରକାରଙ୍କ ତରଫରୁ ପଠାଯାଉଥିବା ରାସନ କମ୍ ପଡିଯାଏ । ସେଥିପାଇଁ ସେମାନେ ନେପାଳ ରାସ୍ତା ଦେଇ ଚୀନ ଆସୁଥିବା ଖାଦ୍ୟ ପାନୀୟ ସାମଗ୍ରୀ ଉପରେ ନିର୍ଭର କରନ୍ତି । ଘାଟି ପର୍ଯ୍ୟନ୍ତ ଯାଉଥିବା ରାସ୍ତା ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ରହେ । ଏହି ରାସ୍ତା ଏହି ଗାଁର ଅନ୍ର ଜିଲ୍ଲାକୁ ଯୋଡେ । ସେହି କାରଣରୁ ସରକାରଙ୍କ ତରଫରୁ ପଠାଯାଉଥିବା ରାସନ୍ ସେଠି ବିଳମ୍ବରେ ପହଂଚେ ।