ଫେସବୁକରେ ଶେୟାର୍ କରନ୍ତୁ ନାହିଁ ଏହି ୭ଟି ତଥ୍ୟ ! ଯଦି କରିଛନ୍ତି ତୁରନ୍ତ କରନ୍ତୁ ଡିଲିଟ୍

72

ସ୍ମାର୍ଟ ହେଉଛି ଯୁଗ । ଆଉ ତା ସହ ସ୍ମାର୍ଟ ହେଉଛନ୍ତି ଲୋକ । ସମୟ ସହ ତାଳ ଦେଇ ଆଗେଇ ଚାଲୁଛନ୍ତି ଆଜିର ଯୁବପିଢୀ । ତେବେ ଯୁବପିଢୀଙ୍କ ରୁଚିକୁ ଧ୍ୟାନ ଦେଇ ତିଆରି ହେଉଛି ବିଭିନ୍ନ ସୋସିଆଲ୍ ମିଡିଆ । ସେହିପରି ଦୁନିଆଁର ଅଗ୍ରଣୀ ସୋସିଆଲ୍ ମିଡିଆ ମଧ୍ୟରେ ଅନ୍ୟତମ ଫେସବୁକ୍ । ଫେସବୁକ୍ ବ୍ୟବହାର କାରୀ ନିଜର ପ୍ରତ୍ୟେକ ଛୋଟରୁ ବଡ କଥା ଶେୟାର୍ କରିଥାନ୍ତି । ତେବେ କଣ ଆପଣ ଜାଣନ୍ତି ଯେଉଁ ତଥ୍ୟ ଆପଣ ଶେୟାର୍ କରୁଛନ୍ତି ସେଥିପାଇଁ ଅନେକ ସମୟରେ ଆକାଉଂଟ୍ ହ୍ୟାକ୍ ମଧ୍ୟ ହେବାର ସମ୍ଭାବନା ଥାଏ । ତେବେ ଜାଣନ୍ତୁ ନିଜର କେଉଁ ଗୋପନୀୟ କଥା ଫେସବୁକରେ ଶେୟାର୍ କରିବା ଅନୁଚିତ୍ । କାରଣ ଏହାକୁ ଧ୍ୟାନ ନଦେଲେ ପର ମୁହୂର୍ତ୍ତରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଫୋନ୍ ନମ୍ବର :
ଫେସବୁକ୍ ବେଳେ ବେଳେ ବ୍ୟବହାର କାରୀଙ୍କ ପ୍ରୋଫାଇଲକୁ ସୁରକ୍ଷିତ ରଖିବା ପାଇଁ ଫୋନ୍ ନମ୍ବର ମାଗିଥାଏ । ଭୁଲରେ ବି ନିଜର ଫୋନ୍ ନମ୍ବର ଶେୟାର୍ କରନ୍ତୁ ନାହିଁ । କାରଣ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ସମସ୍ୟାରେ ପଡିପାରନ୍ତି ।

ଜନ୍ମ ତାରିଖ ଏବଂ ଠିକଣା :
ଫେସବୁକରେ ନିଜର ଜନ୍ମ ତାରିଖ ଏବଂ ଠିକଣା ସେୟାର୍ କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ହ୍ୟାକରମାନେ ଆରାମରେ ଆପଣଙ୍କ ବ୍ୟାଙ୍କ୍ ଆକାଉଂଟ୍ ହ୍ୟାକ୍ କରିପାରିବେ ।

ଲୋକେସନ୍ :
ଘରେ ପହଂଚିବା ପରେ କିମ୍ବା ଘରେ ଥିବା ସମୟରେ ଲୋକେସନ୍ ଟ୍ୟାଗ୍ କରି କୌଣସି ପୋଷ୍ଟ କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଘର ଠିକଣା ସମସ୍ତେ ଜାଣିଯିବେ । ଯଦି କେହି ଆପଣଙ୍କୁ ଫଲୋ କରୁଥିବ ତେବେ ତାକୁ ସହଜ ହେବ ଆପଣଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ।

ସ୍କୁଲ୍ ଠିକଣା :
ନିଜ ପିଲାମାନଙ୍କ ସ୍କୁଲର ଠିକଣା ଫେସବୁକରେ ଶେୟାର୍ କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ପିଲାମାନଙ୍କ ସୁରକ୍ଷା ବିପଦରେ ପଡିପାରେ ।

କ୍ରେଡିଟ୍ କାର୍ଡ ତଥ୍ୟ :
କୌଣସି ବି ପରିସ୍ଥିତିରେ ନିଜ କ୍ରେଡିଟ୍ କାର୍ଡର ସବିଶେଷ ତଥ୍ୟ ଫେସବୁକରେ ଦିଅନ୍ତୁ ନାହିଁ ।

ଲୋକସେନ୍ ସର୍ଭିସ୍ :
ଫେସବୁକ୍ ବ୍ୟବହାର କରିବା ସମୟରେ ଲୋକେସନ୍ ସର୍ଭିସ୍ ବନ୍ଦ ରଖନ୍ତୁ । ନଚେତ୍ ଆପଣଙ୍କ ଲୋକସନ୍ ଜଣାପଡିଯିବ ।

ରିଲେସନସିପ୍ ଷ୍ଟାଟସ୍ :
ନୂଆ ସଂପର୍କରେ ଯୋଡି ହେବା ପରେ ଅନେକ ଲୋକ ଫେସବୁକରେ ନିଜ ରିଲେସନସିପ୍ ଷ୍ଟାଟସ୍ ଅପଡେଟ୍ କରିଥାନ୍ତି । କିନ୍ତୁ ଏପରି କରିବା ଅନୁଚିତ୍ । କାରଣ ପର ମୁହୂର୍ତ୍ତରେ ଯଦି ସେହି ସଂପର୍କ ଭାଙ୍ଗି ଯାଏ ତେବେ ଆଉଥରେ ଷ୍ଟାଟସ୍ ଅପଡେଟ୍ କରିବାକୁ କଷ୍ଟ ହୋଇଥାଏ ।