ମାଲକାନଗିରି ପୁଲିସକୁ ବଡ ସଫଳତା ! କିସ୍ତରାମ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମାମଲାରେ ସଂପୃକ୍ତ ୭ଜଣ ମାଓବାଦୀ ଗିରଫ

20

କନକ ବ୍ୟୁରୋ: ମାଲକାନଗିରି ପୁଲିସକୁ ବଡ ସଫଳତା । ସୁକମା କିସ୍ତରାମ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ୍ । ଏହା ସହିତ ସେମାନଙ୍କ ନିକଟରୁ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କମ୍ବିଂବେଳେ ପୁଲିସ ହାତରେ ଧରାପଡିଛନ୍ତି ମାଓବାଦୀ । କିସ୍ତରାମ ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ ।

ସେପଟେ ଓଡିଶା-ଆନ୍ଧ୍ରପ୍ରଦେଶ ବର୍ଡର ମାଓ କମିଟି ପକ୍ଷରୁ ଜାରି କରାଯାଇଛି ଏକ ଚିଠି । ଚିଠିରେ ଏନଡିଏଠାରୁ ଟିଡିପି ଅଲଗା ହେବାକୁ ସ୍ୱାଗତ କରାଯାଇଛି । ଏହା ସହିତ ଯୁବକଯୁବତୀଙ୍କୁ ମାଓ ସଂଗଠନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।