ଅସମ୍ଭବ କିନ୍ତୁ ସତ୍ୟ ! ୭ ଲକ୍ଷ ବର୍ଷ ପୂର୍ବେ ମଣିଷଙ୍କ ପୂର୍ବପୁରୁଷ କରିଥିଲେ ୧୦୦୦ କିମି ସମୁଦ୍ର ଯାତ୍ରା

51

ବିଜ୍ଞାନ ଆମ ଜୀବନକୁ ବହୁତ ସହଜ କରିଦେଇଛି, କିନ୍ତୁ ଆଜିଠାରୁ ଅନେକ ବର୍ଷ ପୂର୍ବର ମଣିଷଙ୍କ ଜୀବନ ସହଜ ନଥିଲା । ଯଦି ଆମେ ଲକ୍ଷ ଲକ୍ଷ ବର୍ଷ ପଛକୁ ଯିବା, ମଣିଷ ଓ ଜୀବଜନ୍ତୁଙ୍କ ରହଣି-ସହଣିରେ ବିଶେଷ କିଛି ପାର୍ଥକ୍ୟ ନଥିଲା । କିନ୍ତୁ ପ୍ରତ୍ନତତ୍ୱବିତ୍ତଙ୍କ ତାଜା ଅନୁସନ୍ଧାନ ଏହି ଚିନ୍ତାଧାରାକୁ ଖାରଜ କରୁଛି । ନୂଆ ଅଧ୍ୟୟନ ମୁତାବକ, ଆଜି ଠାରୁ ୭ ଲକ୍ଷ ବର୍ଷ ପୂର୍ବେ ମନୁଷ୍ୟଙ୍କ ପୂର୍ବପୁରୁଷ ପଥରରେ ଉପକରଣ ନିର୍ମାଣ କରିବା, ସାମୁଦ୍ରିକ ଜାହାଜ ନିର୍ମାଣ କରିବା ଓ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଯାତ୍ରା କରିବା ଶିଖିସାରିଥିଲେ ।

 

ଆର୍କିଓଲୋଜିକାଲ ଇଂଷ୍ଟିଚ୍ୟୁଟ୍ ଅଫ୍ ଆମେରିକା ନିଜ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟ ମୁତାବକ ଫିଲିପାଇନ୍ସରୁ ଲୁଜୋନ୍ ଦ୍ୱୀପରେ ହୋଇଥିବା ନୂଆ ଅନୁସନ୍ଧାନ ମୁତାବକ ଫିଲିପାଇନ୍ସରେ ୭ ଲକ୍ଷ ବର୍ଷ ପୂର୍ବେ ମଣିଷ ପହଂଚିସାରିଥିଲେ । ଏକ ଅନ୍ତର୍ରାଷ୍ଟ୍ରୀୟ ଯାଂଚ ଦଳକୁ ସେଠି ୫୭ଟି ପଥରର ଅସ୍ତ୍ର ମିଳିଛି । ଏହା ସହିତ ଗେଣ୍ଡାର ହାଡ଼ ମିଳିଛି, ଯେଉଁଥିରେ ପଥର ତିଆରି ଅସ୍ତ୍ରରେ କଟାଯାଇଥିବା ଚିହ୍ନ ଅଛି । ମଣିଷଙ୍କ ପୂର୍ବପୁରୁଷ ୩୨ ବର୍ଷ ପୂର୍ବେ ପଥରର ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଓ ସେଥିରେ ପଶୁପକ୍ଷୀଙ୍କ ଶିକାର କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଏହା ପ୍ରଥମ ଥର ଯେ ଏହାର ପ୍ରମାଣ ମିଳିଛି କି ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ହଜାର ହଜାର କିମିର ସମୁଦ୍ର ଯାତ୍ରା କରାଯାଉଥିଲା ।