ନ୍ୟୁଜିଲାଣ୍ଡ ମସଜିଦ୍ ଗୁଳିକାଣ୍ଡରେ ମୃତକଙ୍କ ମଧ୍ୟରେ ୭ ଭାରତୀୟ : ନ୍ୟୁଜିଲାଣ୍ଡ ସରକାରଙ୍କ ସୂଚନା ପରେ ସ୍ପଷ୍ଟ ହେଲେ ମୃତ ଭାରତୀୟଙ୍କ ପରିବାର 

126

ନ୍ୟୁଜିଲାଣ୍ଡ ମସଜିଦ୍ ଗୁଳିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଭାରତୀୟ । ଏନେଇ ମୃତକଙ୍କ ପରିବାରକୁ ସ୍ପଷ୍ଟ କରିଛନ୍ତି ନ୍ୟୁଜିଲାଣ୍ଡ ସରକାର । ମୃତକଙ୍କ ମଧ୍ୟରୁ ହାଇଦ୍ରାବାଦରୁ ଜଣେ, କେରଳରୁ ଜଣେ, ଗୁଜରାଟରୁ ୨ ଏନଆରଆଇଙ୍କୁ ମିଶାଇ ୩ ଜଣ ଅଛନ୍ତି । ହାଇଦ୍ରାବାଦର ୩୦ ବର୍ଷୀୟ ସଫ୍ଟୱେର ଇଂଜିନିୟର ଫରହାଜ ଅହସାନଙ୍କ ପରିବାର ତାଙ୍କର ମୃତ୍ୟୁ ନେଇ ପୁଷ୍ଟି କରିଛନ୍ତି । ସେ ଗତ ୭ ବର୍ଷ ଧରି ନ୍ୟୁଜିଲାଣ୍ଡରେ ରହି ସଫ୍ଟୱେର କମ୍ପାନୀର ପ୍ରୋଜେକ୍ଟ କାମ କରୁଥିଲେ ।

ସେହିପରି କେରଳର ତ୍ରିଶୁର ଜିଲ୍ଲାର ୨୫ ବର୍ଷୀୟା ମହିଳା ଅଂଶୀ ଅଲିବାବାଙ୍କ ମସଜିଦ୍ ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ନ୍ୟୁଜିଲାଣ୍ଡ ସରକାର ସୂଚନା ଦେଇଛନ୍ତି । ସେହିପରି ଗୁଜରାଟର ଭରୁଚର ଜଣେ ଏନଆରଆଇ ନାଗରିକ, ବଡୋଦରାର ବାପ ପୁଅ ଆରିଫ ବୋହରା ଓ ରମୀଜ ବେହେରା ଏହି ମସଜିଦ୍ ଗୁଳିକାଣ୍ଡ ଘଟଣାରେ ଜୀବନ ହରାଇଛନ୍ତି । ଏହାବାଦ ନବସରୀର ଜୁନୈଦ ୟୁସୁଫଙ୍କ ଅଲନୁର ମସଜିଦ୍ ଗୁଳିକାଣ୍ଡରେ ଜୀବନ ଯାଇଥିବା ନ୍ୟୁଜିଲାଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ।