ଗ୍ୟାସ୍ ସିଲିଣ୍ଡର ଫାଟି ପୋଡିଗଲା ୭ ବଖରା ଘର ! ୧୦ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ

29

କନକ ବ୍ୟୁରୋ : ନିଆଁର ଆାଁରେ ଜଳିଗଲା ୭ ବଘରା ଘର । ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୭ ବଖରା ଘର । ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଟେଂଟଲୋଇ ଗାଁରେ । ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିବାରୁ ଟେଂଟଲୋଇ ଗାଁର ସନ୍ତୋଷ ନାଏକ, ଅଭିରାମ ନାଏକ ଓ ପ୍ରଫୁଲ୍ଲ ନାଏକଙ୍କ ୭ ବଖର ଘର ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ ଘଟଣାସ୍ଥଳରେ ତାଳଚେର ଅଗ୍ନିଶମ ବାହିନୀର ଦମକଳ ଗାଡି ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।
କିନ୍ତୁ ନିଆଁ ଲିଭିବା ପରିବର୍ତ୍ତେ ଅଧିକ ଜୋରରେ ଜଳିବା ସହ ଖୁବଶୀଘ୍ର ପାଖ ବସ୍ତି ମଧ୍ୟକୁ ବ୍ୟାପିଥିଲା । ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ତେବ ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଆକଳନ କରାଯାଉଛି । ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।