ମାଓ ଭୟରେ ଗାଁ ଛାଡିଲେ କାଳିମେଳା ଏଲକାନୁର ଗାଁର ୭ ପରିବାର ! ଆତ୍ମସମର୍ପଣ ପରେ ମିଳିଥିଲା ମାଓବାଦୀଙ୍କ ଧମକ

30

କନକ ବ୍ୟୁରୋ : ମାଓ ଧମକ ଯୋଗୁଁ ଗାଁ ଛାଡିଲେ ୭ ପରିବାର । କାଲିମେଳା ଥାନା ଏଲକାନୁର ଗାଁର ୭ ପରିବାର ମାଓ ଭୟରେ ଗାଁ ଛାଡିଛନ୍ତି । ଗତ କିଛି ଦିନ ପୂର୍ବରୁ କାଲିମେଳା ପୁଲିସ ନିକଟରେ ଏମାନେ ଆତ୍ମସମର୍ପଣ କରିଥିଲେ । ତେବେ ଗାଁକୁ ଫେରିବା ପରେ ମାଓବାଦୀ ମାନେ ମାନେ ନିର୍ଯାତନା ଦେଇଥିଲେ ।

ମାଓବାଦୀ ମାନେ ଗାଁରେ ବୈଠକ କରି ତୁରନ୍ତ ଏହି ୭ଟି ପରିବାରକୁ ଗାଁ ଛାଡିବାକୁ ଚେତାବନୀ ଦେଇଥିଲେ । ଗତ ୩ ଦିନ ଧରି ଏମାନେ ଗାଁ ଛାଡି ନିକଟସ୍ଥ କୁରୁବ ଗାଁରେ ଆଶ୍ରୟ ନେଉଛନ୍ତି । କୁରୁବ ଗ୍ରାମବାସୀଙ୍କ ମାନେ ଏମାନଙ୍କୁ ଖାଇବାକୁ ଯୋଗାଇଦେବା ସହ ଆଶ୍ରୟ ଦେଇଛନ୍ତି ।