ଶ୍ରୀମନ୍ଦିରର ୭ଟି ଅଭେଦ୍ୟ ରହସ୍ୟ ବିଷୟରେ ଜାଣନ୍ତୁ . . . .

178

ବଡ଼ ଦେଉଳ ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ପୁରୀରେ ଏପରି କିଛି ଘଟଣା ଘଟେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନା ବିଜ୍ଞାନ ଏହାକୁ ପ୍ରମାଣ କରିପାରିଛି, ନା କୌଣସି ଯୁକ୍ତି ଭେଦ କରିପାରିଛି ଏହି ରହସ୍ୟକୁ । ଆସନ୍ତୁ ଜାଣିବା ଏମିତି କିଛି ଅଲୌକିକ ଘଟଣା ଉପରେ ।

ପତିତପାବନ ବାନା –
ଶ୍ରୀମନ୍ଦିରର ପତିତ ପାବନ ବାନା । ପବନ ଯେଉଁ ଦିଗକୁ ବହେ, ତାର ବିପରୀତ ଦିଗରେ ଉଡିଥାଏ ବଡ଼ ଦେଉଳର ପତାକା । ଭେଦ କରିବା କଷ୍ଟକର ଜଗନ୍ନାଥଙ୍କ ଏହି ମହିମା ।

ନୀଳ ଚକ୍ର –
ବଡ଼ ଦେଉଳର ଚୂଳରେ ଶୋଭା ପାଉଥାଏ ନୀଳ ଚକ୍ର । ଆଉ ଏହି ଚକ୍ରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଯେଉଁ ପାଶ୍ୱର୍ରୁ ଏହି ଚକ୍ରକୁ ଦେଖିଲେ ଆପଣଙ୍କ ଆଡକୁ ସାମ୍ନା କରିଥିବା ଭଳି ଦେଖାଯାଏ ।

ପବନର ଦିଗ ବଦଳେ –
ସାଧାରଣତଃ ଦିନ ବେଳା ସମୁଦ୍ରରୁ ସ୍ଥଳଭାଗକୁ ପବନ ବହିଥାଏ, ରାତିରେ ସ୍ଥଳଭାଗରୁ ସମୁଦ୍ର ଆଡକୁ ପବନ ବହେ । ମାତ୍ର ପୁରୀ ଉପକୂଳରେ ଏହା ଓଲଟା ଦେଖିବାକୁ ମିଳେ । ମହୋଦଧି ପଟୁ ଶ୍ରୀମନ୍ଦିର ଆଡକୁ ପବନ ବହିଥାଏ ରାତିରେ ।

ଶ୍ରୀମନ୍ଦିର ଓ ପକ୍ଷୀ – 
କୁହାଯାଏ ଶ୍ରୀମନ୍ଦିର ଉପରେ କୌଣସି ଚଢେଇ ଉଡେନାହିଁ । ପକ୍ଷୀ ମଧ୍ୟ ବଡ଼ ଦେଉଳ ଭିତରେ ବସା କରିନଥାଏ ।

ଶ୍ରୀମନ୍ଦିର ଛାଇ ନାହିଁ –
ଶ୍ରୀମନ୍ଦିରର ଛାଇ ପଡେ ନାହିଁ । ଦିନର ଯେକୌଣସି ସମୟ ହେଉ ଦେଖିବାକୁ ମିଳେ ନାହିଁ ମନ୍ଦିରର ଛାଇ । ସ୍ଥାପତ୍ୟ କୌଶଳ ହେଉ ବା ଇଶ୍ୱରଙ୍କ ଚମକ୍ରାର, ଯାହା ଆଶ୍ଚର୍ଯ୍ୟ କରିଥାଏ ସମସ୍ତଙ୍କୁ ।

ମହାପ୍ରସାଦର ମହିମା – 
ବିଶ୍ୱାସ ରହିଛି, ସ୍ୱୟଂ ମାଆ ଲକ୍ଷ୍ମୀଙ୍କ ତତ୍ୱାବଧାନରେ ରୋଷେଇ ହୋଇଥାଏ ମହାପ୍ରସାଦ । ଝଡ ହେଉ କି ବାତ୍ୟା, କେବେ ବି ନଷ୍ଟ ହୋଇନଥାଏ ମହାପ୍ରସାଦ । ଥାକ ଥାକ ହୋଇ କୁଡୁଆ ଥୁଆ ହୋଇ ରୋଷେଇ ହୋଇଥାଏ । ସବୁଠୁ ଉପରେ ରଖା ଯାଇଥିବା କୁଡୁଆରେ ପ୍ରଥମେ ରୋଷେଇ ଶେଷ ହୋଇଥାଏ ।

୨୨ ପାହାଚର ମହିମା – 
ସିଂହଦ୍ୱାରରେ ପ୍ରବେଶ କରି ଗୋଟିଏ ପାହାଚ ଡେଇଁବା ପରେ ଶୁଭି ନଥାଏ ସମୁଦ୍ରର ଗର୍ଜନ । ହେଲେ ଫେରିବା ବେଳେ ସମୁଦ୍ରର ଗର୍ଜନ ଶୁଣିବାକୁ ମିଳେ । କାହିଁକି ଏପରି ହୁଏ, ଏପର୍ଯ୍ୟନ୍ତ ବୁଝିହୋଇନି ଏହି ରହସ୍ୟ । ବିଶ୍ୱାସ ରହିଛି, ମାଆ ସୁଭଦ୍ରା, ଶ୍ରୀମନ୍ଦିର ଭିତରେ ଶାନ୍ତି ଚାହୁଁଥିବାରୁ ଏହି ଅଲୌକିକ ଘଟଣା ଘଟିଥାଏ ।