ଉଜ୍ଜଳ ତ୍ୱଚା ପାଇବା କିପରି ! ୭ଟି ସରଳ ଉପାୟ

88

ମୁହଁରେ ବ୍ରଣ ହେଉଥିଲେ ମେକ ଅପରୁ ଦୂରେଇ ରୁହନ୍ତୁ । ଯଦି ଆପଣ ମେକ ଅପ ନେଉଛନ୍ତି ଶୋଇବା ପୂର୍ବରୁ ମେକ ଅପ ଛଡାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।

ରାତି ହେଉ କିମ୍ବା ଦିନ ତ୍ୱଚା ପାଇଁ କ୍ଲିନଜିଂ, ମଏଶ୍ଚରାଇଜିଂ ଓ ଟୋନିଂ ନିହାତି ଜରୁରୀ । ଏପରି କରିବା ଦ୍ୱାରା ଦାଗ ଓ ରିଙ୍କିଲସରୁ ରକ୍ଷା ମିଳେ ।

ନିୟମିତ ଭାବେ ମୃତ ଚର୍ମକୁ ବାହାର କରିବା ଦ୍ୱାରା ଆପଣ ନରମ ଓ କୋମଳ ତ୍ୱଚା ପାଇପାରିବେ । ଫେବସ୍କ୍ରବ ବ୍ୟବହାର କରି ମୃତ ଚର୍ମକୁ ବାହାର କରନ୍ତୁ ।

ହାନିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ଜରୁରୀ ।

ସୁସ୍ଥ ତ୍ୱଚା ପାଇଁ ପ୍ରତିଦିନ ୭ରୁ ୮ ଘଂଟା ଶୋଇବା ଦରକାର । ଏପରି କରିବା ଦ୍ୱରା ମନ ପ୍ରଫୁଲ୍ଲିତ ହେବା ସହ ତ୍ୱଚାରେ କୋମଳତା ଦେଖାଯାଏ ।

ସୁନ୍ଦର ତ୍ୱଚା ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଅଙ୍ଗୁର,ପିଜୁଳି,କମଳା ଇତ୍ୟଦି ଖାଦ୍ୟ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।