ସିଆରପିଏଫ୍ ପୋଷାକରେ ଥିବା ୭ ସନ୍ଦିଗ୍ଧ ଗିରଫ

17

ନୟାଗଡ଼ : ସିଆରପିଏଫ୍ ପୋଷାକରେ ଥିବା ୭ ସନ୍ଦିଗ୍ଧ ଗିରଫ । ଯୋଜନାବଦ୍ଧ ଭାବେ ଅପରାଧ ଘଟାଇବାକୁ ଉଦ୍ୟମ କରୁଥିବା ବେଳେ ୭ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ନୟାଗଡ଼ ପୁଲିସ । ଗିରଫ ଏହି ଯୁବକମାନେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର । ସେମାନଙ୍କଠାରୁ ଗୋଟିଏ ବୋଲେରୋ, ନଗଦ ଟଙ୍କା ଏବଂ ମୋବାଇଲ ଫୋନ୍ ପୁଲିସ୍ ଜବତ କରିଛି । ଜବତ ହୋଇଥିବା ବୋଲେରୋ ଗାଡ଼ିରେ ପୁଲିସ୍ ଫଳକମାରି ଏମାନେ ଡାକୟତି କରୁଥିଲେ । ତେବେ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ଆତଙ୍କବାଦୀ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏମାନେ ଅତଙ୍କବାଦୀ ନୁହନ୍ତି ଚୋରୀ ପାଇଁ ଏଭଳି କରିଥିବା ସ୍ପଷ୍ଟ କରିଛନ୍ତି ପୁଲିସ ମହାନିର୍ଦେଶକ କେ.ବି ସିଂହ ।