ଜମ୍ମୁ – କାଶ୍ମୀର ପୋଲିସ ଚୌକିରେ ପଡିଲା ବରଫର ପାହାଡ ! ୭ ମୃତ ,୩ ଆହତ ।

152

ଉତ୍ତରଭାରତରେ ପୁଣିଥରେ ହାଡଭଙ୍ଗା ଶୀତ ଆରମ୍ଭ ହୋଇଯାଇଛି । ଜମ୍ମୁ – କାଶ୍ମୀର ,ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରଚଣ୍ଡ ବରଫ ପଡୁଛି । ଜମ୍ମୁ – କାଶ୍ମୀରର କୁଲଗାମ୍ ଜିଲ୍ଲାର ଜବାହାର ସୁଡଙ୍ଗ ପାଖରେ ଏତେ ମାତ୍ରାରେ ବରଫବର୍ଷା ହେଲା ଯେ କେତେ ପୋଲିସ୍ କର୍ମଚାରୀ ଏହି ବରଫବର୍ଷାର ଆକ୍ରୋଶରେ ଆସି ଯାଇଥିଲେ । ଏଠାରେ ଏକ ବଡ ପାହାଡର ଚଟାଣ ପୋଲିସ୍ ବାହିନୀଙ୍କ ଉପରେ ପଡି ଯାଇଥିଲା । ଯେଉଁଥିରେ ୧୦ ଜଣ ପୋଲିସକର୍ମୀ ଦବି ଯାଇଥିଲେ । ଏହି ଦୂର୍ଘଟଣା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଗଲା । ଏଥିରେ ୩ ଜଣ ଯବାନ ବଚିଂ ଯାଇଥିବା ବେଳେ ଅନ୍ୟମାନଙ୍କ ମୃତ୍ୟୁ ହୋଇଯାଇଛି ।

ଆକାଶରୁ ପଡୁଥିବା ବରଫବର୍ଷାରୁ ଧିରେ ଧିରେ ସମସ୍ତ କର୍ମଚାରୀଙ୍କୁ ବାହାର କରିବାକୁ ଉଦ୍ଧାରକାରୀ ଦଳ ସଫଳ ହୋଇଥିଲେ ହେଁ ଏଥିରୁ ମାତ୍ର ୩ ଜଣଙ୍କ ଜୀବନ ବଚାଂଇବାରେ ସେମାନେ ସଫଳ ହୋଇପାରିଛନ୍ତି । ଏବେ ମଧ୍ୟ ଉକ୍ତ ସ୍ଥାନରେ ଶହେରୁ ଅଧିକ ଟ୍ରକ୍ ଫସିରହିଛି ।