କଳାଧନର କଳାକାହାଣୀ: କ୍ୟାବ୍ ଡ୍ରାଇଭରଙ୍କ ଏକାଉଂଟରେ ଜମା ହୋଇଛି ୭ କୋଟିର ପୁରୁଣା ନୋଟ

43

କନକ ବ୍ୟୁରୋ : କ୍ୟାବ୍ ଡ୍ରାଇଭରଙ୍କ ଆକାଉଂଟରେ ୭କୋଟି ଟଙ୍କା । ହାଇଦ୍ରାବାଦର ଜଣେ କ୍ୟାବ ଡ୍ରାଇଭରଙ୍କ ଆକାଉଂଟରେ ୭କୋଟି ଟଙ୍କାର ପୁରୁଣା ନୋଟ୍ ଜମା ହୋଇଛି । କ୍ୟାବ ଡ୍ରାଇଭରଙ୍କ ଆକାଉଂଟରେ ଏତେ ପରିମାରଣ ଟଙ୍କା ଜମା ହୋଇଥିବା ଦେଖି ଆୟକର ବିଭାଗ ଅଧିକାରୀ ସ୍ତବ୍ଧ ହୋଇଯାଇଛନ୍ତି । ନଭେମ୍ବର ୮ତାରିଖରେ ବିମୁଦ୍ରାକରଣ ଘୋଷଣା ପରେ ପର୍ଯ୍ୟାୟ କ୍ରମେ କ୍ୟାବ ଡ୍ରାଇଭରଙ୍କ ଆକାଉଂଟରେ ପୁରୁଣା ନୋଟ୍ ଜମା କରାଯାଇଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ହାଇଦ୍ରାବାଦ ଶାଖାରେ ଏହି ଅଚଳ ଟଙ୍କା ଜମା କରାଯାଇଛି ।

ପରେ ଏହି ଟଙ୍କାକୁ ଜଣେ ସୁନା ବ୍ୟବସାୟୀଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଥିବା ଆୟକର ବିଭାଗ ସୂଚନା ଦେଇଛି । ପରେ କ୍ୟାବ ଡ୍ରାଇଭରଙ୍କ ଆକାଉଂଟକୁ ଖାଲି କରିଛି ଆୟକର ବିଭାଗ । ଟଙ୍କା ଜମା ସହ ଟ୍ରାନ୍ସଫର ନେଇ କ୍ୟାବ ଡ୍ରାଇଭରକୁ ପଚରାଉଚରା କରାଯିବାରୁ ସେ କୌଣସି ସ୍ପଷ୍ଟ ଉତ୍ତର ରଖିପାରିନଥିବା ଆୟକର ବିଭାଗ କହିଛି । ଟଙ୍କା ଜମା ହୋଇଥିବା ବ୍ୟାଙ୍କ ଶାଖାର ସିସିଟିଭି ଓ ଏହାର ଆଖପାଖର ସିସିଟିଭିକୁ ଯାଂଚ କରିବା ପରେ ସମ୍ପୃକ୍ତ ଡ୍ରାଇଭରର ଦୁଇ ଜଣ ସହଯୋଗୀ ଏହି ଟଙ୍କା ଜମା କରିଥିବା ସୂଚନା ମିଳିଛି  ।