କାହିଁକି କାମ ଦେଲାନି ସରକାର ବିରୋଧୀ ହାୱା ? ଷଷ୍ଠଥର ପାଇଁ ଗୁଜରାଟରେ ସରକାର କରିବ ଭାରତୀୟ ଜନତା ପାର୍ଟି ଦେଶ ବିଦେଶନ୍ୟୁଜ୍ By Kanak News Bureau On Dec 19, 2017 - 8:48 PM Last updated Dec 19, 2017 - 8:58 PM 26 Share କନକ ବ୍ୟୁରୋ : ଦୀର୍ଘ ୨୨ ବର୍ଷର ବିଜେପି ସରକାର, କ୍ରମାଗତ ୫ଥର ଶାସନ । ଆଉ ଏହାରି ଭିତରେ ସରକାର ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ କଂଗ୍ରେସର ଘନଘନ ଆକ୍ରମଣ । ଏହି ସବୁ ପ୍ରତିକୂଳ ସ୍ଥିତିକୁ ଅନାୟାସରେ ଅତିକ୍ରମ କରି ଷଷ୍ଠଥର ପାଇଁ ଗୁଜରାଟରେ ସରକାର କରିବ ଭାରାତୀୟ ଜନତା ପାର୍ଟି । ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାରେ ରହିଛି ତିନୋଟି ପ୍ରମୁଖ କାରଣ- Kanak News is now on WhatsApp Join and get latest news updates delivered to you via WhatsApp Join Now କାରଣ ନମ୍ବର-୧ : ତୃଣମୂଳସ୍ତରରେ ମଜବୁତ ସମନ୍ୱୟ ସହରାଚଂଳ ହେଉ ବା ଗ୍ରାମାଂଚଳ, ଉଭୟ କ୍ଷେତ୍ରରେ ଦଳୀୟ ସଂଗଠନକୁ ମଜବୁତ କରିଥିଲା ଭାରତୀୟ ଜନତା ପାର୍ଟି । ତୃଣମୂଳ ସ୍ତରରେ ଦଳୀୟ ସମନ୍ୱୟକୁ ପୂର୍ବ ଅପେକ୍ଷା ଆହୁରି ସଂଗଠିତ କରିଥିଲା । କାରଣ ନମ୍ବର-୨ : ପ୍ରତିକ୍ରିୟାଶୀଳ ସରକାର, ବିବାଦ କମ୍ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲେ ସୁଦ୍ଧା ବିବାଦଠାରୁ ବେଶ ଦୂରରେ ଥିଲା ଗୁଜରାଟର ବିଜେପି ସରକାର । ଆଉ ଯେଉଁ କେତୋଟି ବିବାଦ ଆସିଥିଲା ତାକୁ ଅନାୟାସରେ ସାମ୍ନା କରିବାରେ ସଫଳ ହୋଇଥିଲା ଦଳ । ଯାହା ସରକାର ବିରୋଧୀ ହାୱାକୁ ରୋକିବାରେ ସକ୍ଷମ ହେଲା ବିଜେପି । କାରଣ ନମ୍ବର-୩ : ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଗୁଜୁରାଟୀ ଭାବପ୍ରବଣତାକୁ ଜାଗ୍ରତ କରିବାରେ ସଫଳ ହେଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୪୦ଟି ନିର୍ବାଚନୀ ସଭା ଏବଂ ପାଖାପାଖି ୩୦ ହଜାର କିଲୋମିଟର ଯାତ୍ରା । ଖୋଦ୍ ପ୍ରଧାନମନ୍ତ୍ରୀ ଗଡ଼ ରକ୍ଷା ପାଇଁ ମୈଦାନକୁ ଓହ୍ଲାଇଥିଲେ । ଯାହା ଗୁୁଜରାଟ ଭୋଟରଙ୍କୁ ଆଉ ଥରେ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଇଥିଲା । ସରକାର ବିରୋଧୀ ହାୱାକୁ ପ୍ରତିହତ କରିବା ବିଜେପି ପାଇଁ ଯେତେବଡ଼ ଚ୍ୟାଲେଂଜ ଥିଲା କଂଗ୍ରେସ ପାଇଁ ମଧ୍ୟ ସେତେ ବଡ ସୁଯୋଗ ଥିଲା ଏହାକୁ ନିଜ ଆଡକୁ ଟାଣି ନେବା ପାଇଁ । ହେଲେ ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ବାଜି ମାରିଲେ ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କ ଯୋଡ଼ି । ଆଉ ବିଜେପି ହାତରେ ରହିଲା ଶାସନ ଭାର । 26 Share FacebookTwitterGoogle+WhatsAppTelegramEmailPrint