ଦେଶ ପାଳୁଛି ୬୯ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ଠୁ ପଲ୍ଲୀ ସବୁଆଡେ ଉତ୍ସବମୁଖର

38

କନକ ବ୍ୟୁରୋ : ଆଜି ସାରାଦେଶ ପାଳୁଛି ୬୯ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ଦେଶଆତ୍ମବୋଧର ପରିବେଶ ସୃଷ୍ଟି ହୋଇଛି । କଡା ସୁରକ୍ଷା ଭିତରେ ଆଜି ସାରଦେଶ ତାର ସମ୍ବିଧାନ ତଥା ସାର୍ବଭୌମକୁ ସମ୍ମାନ ଜଣାଇବ ଦେଶ । ସାରା ବିଶ୍ୱ ଦେଖିବ ଭାରତର ଦମ । ଏଥିପାଇଁ ସବୁଆଡେ ଚାଲିଛି ବ୍ୟାପକ ପ୍ରସ୍ତୁତି ।

ରାଜ୍ୟରେ ମଧ୍ୟ ବେଶ ଧୂମଧାମରେ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାରିକେଡ଼ର ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ଼ ସ୍ଥଳରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛନ୍ତି।। ସେହିପରି ଦୁଇ ୟୁନିଟ୍ ଏସ୍ଓଜି, କ୍ୟୁଆର୍ଟି , ଓସାଫ, ରାପିଡ୍ ଆକ୍ସନ ଫୋର୍ସ, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ଼ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି।