କୋର୍ଟକୁ ଆସିଲା ଅଦ୍ଭୁତ ମାମଲା : ବୟସକୁ ୨୦ ବର୍ଷ କମ୍ କରିବା ପାଇଁ କୋର୍ଟରେ ଆବେଦନ କଲେ ପୂର୍ବତନ ରାଜନେତା

ସେ କହିଥିଲେ, “ମୋ ବୟସ ୨୦ ବର୍ଷ କମାଇଦିଅନ୍ତୁ ।

106

ନେଦରଲ୍ୟାଣ୍ଡ ର ଟିଭି ବ୍ୟକ୍ତିତ୍ୱ, ମୋଟିଭେସନାଲ ଗୁରୁ ଓ ପୂର୍ବ ରାଜନେତା ଏମାଇଲ ରେଟଲବଣ୍ଡ(୬୯) ନିଜକୁ ଏବେ ବି ୪୯ ବର୍ଷୀୟ ଭାବନ୍ତି । ସେ ନିଜ ବୟସକୁ ୨୦ ବର୍ଷ କମ୍ କରିବାକୁ ଚାହାଁନ୍ତି । ସେ କୋର୍ଟରେ ଏଥିପାଇଁ ଆବେଦନ ମଧ୍ୟ କରିଥିଲେ । ସେ କହିଥିଲେ, “ମୋ ବୟସ ୨୦ ବର୍ଷ କମାଇଦିଅନ୍ତୁ । ଆମେ ଏମିତି ସମୟରେ ଅଛୁ, ଯେଉଁଠି ଲୋକ ନାମ ଓ ଲିଙ୍ଗ ବଦଳାଇ ପାରୁଛନ୍ତି । ଏମିତିରେ ମୁଁ ନିଜର ବୟସ କାହିଁକି ନିର୍ଦ୍ଧାରଣ କରିପାରିବିନି ?” କିନ୍ତୁ କୋର୍ଟ ତାଙ୍କର ଦରଖାସ୍ତ ନାମଂଜୁର କରିଦେଲେ । ଜବାବରେ ଆସିଲା- ଆଇନରେ ବହୁତ ସାରା ଅଧିକାର ଲୋକଙ୍କ ଆୟୁ ଆଧାରରେ ବି ହୋଇଥାଏ ଏବଂ ସେଥିରେ ଯଦି ପରିବର୍ତ୍ତନ କରାଯିବ, ତେବେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ ।

କୋର୍ଟ ସ୍ପଷ୍ଟ କଲା କି, ବୟସ କମ୍ କରିବା ବା ବଦଳାଇବା ପାଇଁ କୌଣସି ଆଇନଗତ ଆଧାର ନାହିଁ । ବିଚାରପତି କହିଲେ କି, ରେଟଲବଣ୍ଡ ନିଜକୁ ନିଜର ଅସଲ ବୟସ ଠାରୁ ୨୦ ବର୍ଷ ଛୋଟ ଅନୁଭବ କରିବା ଓ ତା’ ହିସାବରେ କାମ କରିବା ପାଇଁ ସେ ସ୍ୱତନ୍ତ୍ର । କିନ୍ତୁ ଆଇନଗତ କାଗଜପତ୍ରରେ ଏହି ପରିବର୍ତ୍ତନ ଦ୍ୱାରା ଆଇନ ଓ ସମାଜ ଉପରେ କୁପ୍ରଭାବ ପଡିବ ।

କାହିଁକି ବୟସ କମାଇବା ପାଇଁ ଚାହାଁନ୍ତି ? : ରେଟଲବଣ୍ଡ ଡେଟିଙ୍ଗରେ ନିଜର ସୁଯୋଗକୁ ପ୍ରଖର ବନାଇବା ପାଇଁ ବୟସ କମାଇବା ପାଇଁ ଚାହାଁନ୍ତି । କୋର୍ଟରେ ଏହି ମାମଲାରେ ଶୁଣାଣି ପୂର୍ବରୁ ସେ କିଛି ପ୍ରେସ୍ କଂଫ୍ରେସ କରିଥିଲେ । ସେଥିରେ ସେ ସ୍ପଷ୍ଟ କରିଥିଲେ କି, ଚାକିରୀ ଓ ଡେଟିଙ୍ଗ ଆପ୍ ଟିଣ୍ଡର ରେ ତାଙ୍କ ସହିତ ଭେଦଭାବ ହୋଇଥାଏ ।