ଚମକିବ ଭୁବନେଶ୍ୱର ! ହକି ପାଇଁ ୬୭ କୋଟି ଟଙ୍କାର ବ୍ୟୟ ଅଟକଳ ।

105

କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରା ରାଜଧାନୀ । ବିଶ୍ୱକପକୁ ଆଉ ମାତ୍ର ୯ ଦିନ ବାକି ରହିଥିବା ବେଳେ ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ପୁରୁଷ ବିଶ୍ୱ କପ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ୱକପ ପାଇଁ ଜୋରଦାର ଚାଲିଛି ସାଜସଜ୍ଜା । ସଜେଇ ହୋଇପଡିଲାଣି ପୁରା ଭୁବନେଶ୍ୱର । କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକିର ଏହି ମହା ଲଢେଇ ଅନୁଷ୍ଠିତ ହେବ । ଏହାର ଉଦଘାଟନ ଉତ୍ସବ ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ କରାଯିବ ।

ତେବେ ସବୁଠାରୁ ବଡ କଥା ହେଉଛି, ବିଶ୍ୱ ପୁରୁଷ ହକି କପ୍ ଭୁବନେଶ୍ୱର ୨୦୧୮ ର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬୬.୯୫ କୋଟି ଟଙ୍କାର ଅର୍ଥ ବ୍ୟୟ ଅଟକଳ କରାଯାଇଛି । ହକି ବିଶ୍ୱକପରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଯୋଗ ଦେବେ । ସେମାନଙ୍କ ରହିବା, ଖାଇବା ଏବଂ ଯାତାୟତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ତେବେ ବିଶ୍ୱକପକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସଜେଇ ହୋଇପଡିଲାଣି ରାଜଧାନୀ ଭୁବନେଶ୍ୱର । ହକି ବିଶ୍ୱକପର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬୬.୯୫ କୋଟି ଟଙ୍କାର ଅର୍ଥ ବ୍ୟୟ ଅଟଳଳ କରାଯାଇଛି ।