କୂଅକୁ ଡେଇଁ ନାତିକୁ ବଂଚାଇଲେ ଜେଜେ ମା’ ! ୩୦ଫୁଟ୍ ଗଭୀର କୂଅରେ ପଡିଯାଇଥିଲା ୩ ବର୍ଷର ଶିଶୁ

57

କନକ ବ୍ୟୁରୋ : କୂଅକୁ ଡେଇଁ ନାତିକୁ ବଂଚାଇଲେ ଜେଜେ ମା’ । ୩୦ଫୁଟ୍ ଗଭୀରର ଏକ କୂଅକୁ ଡେଇଁ ୩ ବର୍ଷର ନାତିକୁ ଉଦ୍ଧାର କରିଛନ୍ତି ଜଣେ ବୃଦ୍ଧା । ବାଙ୍କି ଏନଏସି ଅନ୍ତର୍ଗତ ଚର୍ଚ୍ଚିକା ମନ୍ଦିର ସାହିରେ ରହୁଥିବା ୬୬ବର୍ଷ ବୟସ୍କା ପ୍ରମିଳା ରଣାଙ୍କ ନାତି ସାଇପ୍ରସାଦ ଖେଳୁଥିବାବେଳେ କୂଅରେ ପଡିଯାଇଥିଲେ । ଏହା ଦେଖି ପ୍ରମିଳା ବିଚଳିତ ହୋଇପଡିଥିଲେ । ତେବେ ଜୀବନପ୍ରତି ଭ୍ରୁକ୍ଷେପ ନକରି ସେ ତୁରନ୍ତ କୂଅ ଭିତରକୁ ଡେଇଁ ପଡି ନାତିକୁ ଉଦ୍ଧାର କରି ପାଣି ଉପରକୁ ଟେକି ଧରିଥିଲେ । ତାପରେ ସାହି ପଡିଶା ଲୋକ ପହଁଚି ଶିଡି ପକାଇ ଉଭୟ ନାତି ଓ ଜେଜେମାଙ୍କୁ ଉଦ୍ଧାର କରିଥିଲେ । ଏବେ ଉଭୟ ସୁସ୍ଥ ଥିବା ଜଣାପଡିଛି । ପ୍ରମିଳାଙ୍କ ଏଭଳି ସାହସିକତା ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ସାଇପ୍ରସାଦ ଗତକାଲି ୫ଟା ସମୟରେ ଖେଳୁଥିଲେ । ଆଉ ଅନ୍ୟପସ୍କ ହୋଇ ଖେଳୁ ଖେଳୁ କୂଅରେ ଖସିପଡ଼ିଥିଲେ । ତେବେ ସୌଭାଗ୍ୟବଶତଃ ସେଠାରେ ତାଙ୍କ ଜେଜେମା’ ଉପସ୍ଥିତ ଥିଲେ । ସେ କିଛି ବୁଝିବା ପୂର୍ବିରୁ ହିଁ ଘଟିଯାଇଥିଲା ଘଟଣା । ପାଖପଡ଼ିଶାଙ୍କୁ ଅପେକ୍ଷା ନକରି ସେ କୂଅକୁ ଡ଼େଇଁ ନାତିର ଜୀବନ ବଞ୍ଚାଇଥିଲେ । ତେବେ ପ୍ରାପ୍ତ ବୟସରେ ଏପରି କରିବା ନିହାତି ପ୍ରଶଂସାଯୋଗ୍ୟ ଘଟଣା । କାରଣ ଏ ବୟସରେ ସେମାନଙ୍କୁ ଅନ୍ୟର ସାହାଯ୍ୟ ସହଯୋଗ ଦରକାର ପଡ଼ିଥାଏ । କିନ୍ତୁ ନାତି ପାଇଁ ଜୀବନକୁ ବାଜି ଲଗାଇଦେଇଥିଲ ଜେଜେମା’ ।