୬ଟା ପର୍ଯ୍ୟନ୍ତ ଧାଡିରେ ଥିଲେ ଭୋଟ ଦେଇପାରିବେ ଭୋଟର । ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ

165

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି । ଆହୁରି ଅନେକ ସ୍ଥାନରେ ଭୋଟିଂ ଜାରି ରହିଛି । ଏନେଇ ସମସ୍ତ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେଉଛି ବୋଲି ନିର୍ବାଚନ କମିଶନ କହିଥିବା ବେଳେ ଯେଉଁ ଅଞ୍ଚଳରେ ଭୋଟ ବର୍ଜନ କରାଯାଇଛି ସେ ଅଞ୍ଚଳରୁ ବିସ୍ତୃତ ତଥ୍ୟ ମଗାଯାଇଛି ବୋଲି କହିଛନ୍ତି ।

ମାଓ ପ୍ରବଣ ଅଞ୍ଚଳରେ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ଏଯାଏଁ ଭୋଟ ଗ୍ରହଣ ଜାରି ରହିଛି । ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାଡିରେ ଥିଲେ ଭୋଟର ଭୋଟ ଦେଇପାରିବେ । ସମସ୍ତଙ୍କୁ ଭୋଟ କରିବାର ଅଧିକାର ଦିଆଯିବ । ତେବେ ୬ଟା ପରେ ଭୋଟର ଧାଡିରେ ଛିଡା ହେଲେ ତାଙ୍କୁ ସୁଯୋଗ ଦିଆଯିବନି ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ଭୋଟ ଗ୍ରହଣ ଶେଷ ହେବା ପରେ ପ୍ରକୃତରେ କେତେ ପ୍ରତିଶତ ମତଦାନ ହେଲା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।