୬୦,୦୦୦ ମଦ ବୋତଲ ଭାଙ୍ଗିଲେ ନୱାଜୁଦ୍ଦିନ୍ ସିଦ୍ଦିକି !

45

ଫ୍ଲୋରକୁ ଆସି ସାରିଛି କିଙ୍ଗ୍ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ରଇସ୍’ର ଟ୍ରେଲର । ସିନେମାରେ ଗୁଜୁରାଟର ଜଣେ ମଦ ବ୍ୟବସାୟୀ ଭୂମିକାରେ ନଜର ଆସିଛନ୍ତି ବାଦଶାହା । ଏହା ସହ ଅନ୍ୟ ଏକ ଦମଦାର୍ ଭୂମିକାରେ ଅଛନ୍ତି ନୱାଜୁଦ୍ଦିନ୍ ସିଦ୍ଦିକି । ତେବେ ଟ୍ରେଲରକୁ ଦର୍ଶକ ପସନ୍ଦ କରିବା ସହ ଏହାର ଗୋଟିଏ  ଦୃଶ୍ୟ କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯେଉଁଥିରେ ଏସସିପି ଭୂମିକାରେ ଅଭିନୟ କରୁଥିବା ନୱାଜୁଦ୍ଦିନ୍ ଏକାଧିକ ମଦ ବୋତଲ୍ ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା ।

ତେବେ କଣ ଜାଣିଛନ୍ତି ଏହି ଗୋଟିଏ ଦୃଶ୍ୟରେ କେତୋଟି ମଦ ବୋତଲ ଭଙ୍ଗା ଯାଇଛି । ପ୍ରାୟ ୬୦,୦୦୦ମଦ ବୋତଲ ଭାଙ୍ଗିଛନ୍ତି ନୱାଜୁଦ୍ଦିନ୍ । ଆଉ ଏତେ ସଂଖ୍ୟକ ବୋତଲ ଏକାଠି କରିବାକୁ ପୁରା ପ୍ରଡକ୍ସନ୍ ଟିମକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡିଥିଲା । ଏହି ସିନେମାରେ ପାକ୍ ଅଭିନେତ୍ରୀ ମାହିରା ଖାନଙ୍କ ସହ ଶାହାରୁଖ୍ କରିଛନ୍ତି ଜବରଦସ୍ତ ରୋମାନ୍ସ । ସିନେମାଟି ଜାନୁଆରୀ ୨୬ରେ ରୂପେଲି ପରଦାକୁ ଆସିବ ।