କାଳିଆ ଯୋଜନା ପାଇଁ ଆବେଦନ କଲେଣି ୬୦ ଲକ୍ଷ ! ଆସନ୍ତା ୨୧ ଓ ୨୨ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା ।

253

କନକ ବ୍ୟୁରୋ : କାଳିଆ ଯୋଜନାରେ ଆସିଲା ନୂଆ ତଥ୍ୟ । ବର୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ୬୦ ଲକ୍ଷରେ ପହଂଚିଛି । ଏ ନେଇ ଆବଦେନକାରୀଙ୍କ ଅନୁଧ୍ୟାନ କରାଯାଇଛି । ବ୍ଲକ ଅନୁଯାୟୀ ଏହାର ଯାଂଚ ପ୍ରକ୍ରିୟା ଚାଲିଛି । ୨୧ ଓ ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ସମସ୍ତ ଚାଷୀ ଉପକୃତ ହୋଇପାରିବେ ।

ତେବେ ଆସନ୍ତା ୨୬ ତାରିଖ ସୁଦ୍ଧା ଯୋଗ୍ୟହିତାଧୀକାରୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମିଳିବ । ପ୍ରଥମ ପର‌୍ୟ୍ୟାୟରେ ହିତାଧକାରୀଙ୍କ ଆକାଉଂଟକୁ ଯିବ ଟଙ୍କା । ଆଉ ଏଥିରେ ମୋଟ୍ ୧୨ ଲକ୍ଷ ୪୦ ହଜାର ହିତାଧୀକାରୀଙ୍କୁ ଟଙ୍କା ମିଳିବ । ତେବେ ବର୍ତ୍ତମାନ ଆବେଦନ କରିଥିବା ହିତାଧିକାରୀଙ୍କ ଯାଂଚ ଚାଲିଛି । ଯାଂଚ ଶେଷହେବା ପରେ ଦ୍ୱିତୀୟ ପର‌୍ୟ୍ୟାୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ ।