ଫଟୋ ଗୋଟିଏ କିନ୍ତୁ ଭୋଟର ଆଇଡି ୨୩ଟି ! ଧରାପଡିଲା ୬୦ ଲକ୍ଷ ନକଲି ଭୋଟ ପରିଚୟ ପତ୍ର ।

85

ଗୋଟିଏ ମତଦାନ କେନ୍ଦ୍ରରେ ଗୋଟିଏ ଫଟୋକୁ ବ୍ୟବହାର କରି ୨୩ ଜଣ ମତଦାତା ମତଦାନ ଦେଇଥିବା ଜଣାପଡିଛି । ଗୋଟିଏ ମତଦାତାଙ୍କ କାର୍ଡ ନମ୍ବର ଚାରିଜଣ ବ୍ୟକ୍ତିଙ୍କୁ ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶରେ ଏଭଳି ହୋଇଥିବା ଅଭିଯୋଗ କ୍ରମେ ନିର୍ବାଚନ କମିଶନ ଏହାର ସତ୍ୟତାକୁ ଜାଣିବା ପାଇଁ ଖୋଳତାଡ ଆରମ୍ଭ କରିଛି ।

ଭୋଜପୁର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଜଣେ ବ୍ୟକ୍ତି ମତଦାନ କେନ୍ଦ୍ରର ୨୪୫ ନମ୍ବର ବୁଥରେ କାର୍ଡ ନମ୍ବର ୩୨୯୭୧୪୦, ଦେବଚନ୍ଦ୍ର ନାମରେ ଭୋଟ ଦେଇଥିବା ବେଳେ ଠିକ ସେହି  ବ୍ୟକ୍ତି ସମାନ ଭୋଟର କାର୍ଡରେ ଫଟୋ ପରିବର୍ତ୍ତନ କରି ମୁକେଶ କୁମାର ହୋଇଯାଇଥିଲେ । ଠିକ ଏହିଭଳି ଗୋଟିଏ ମତଦାତା ଅନ୍ୟାନ୍ୟ ନାମରେ ଏବଂ ଅନ୍ୟାନ୍ୟ ବୁଥରେ ଭୋଟ ଦାନ କରିଥିଲେ ।

ଏହି ଘଟଣାକୁ ଭିତ୍ତିକରି କଂଗ୍ରେସ ଅଭିଯୋଗ କରି କହିଛି, ଏହି ସମସ୍ତ ଡକ୍ୟୁମେଣ୍ଟ୍ ଗୁଡିକୁ ସେ ଦିଲ୍ଲୀ ନେଇ ଯିବେ କାରଣ ସେଠାରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୬୦ ଲକ୍ଷରୁ ଅଧିକ ନକଲି ଭୋଟର ରହିଛନ୍ତି ଯାହାକୁ ପ୍ରଶାସନ ମାଧ୍ୟମରେ ତିଆରି କରାଯାଇଛି । କଂଗ୍ରେସର ପ୍ରବକ୍ତା ମାନସ ଅଗ୍ରୱାଲ କହିଛନ୍ତି, ଗୋଟିଏ ଫଟୋ ସାହାଯ୍ୟରେ ପ୍ରାୟ ୪୦ ଜଣ ମତଦାତା ମତଦାନ କରିଛନ୍ତି । ସେଥିମଧ୍ୟରେ ପୁରୁଷଙ୍କ ସହ ମହିଳା ମଧ୍ୟ ସାମିଲ ରହିଛନ୍ତି । ତେଣୁ ଆମ ସୂଚନା ଅନୁଯାୟୀ ଏହି ମତଦାନରେ ୬୦ ଲକ୍ଷରୁ ଅଧିକ ଭୋଟ ଦାନ କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ଜିଲ୍ଲାପାଳଙ୍କ ସହାୟତାରେ ଏପରି କରିବାକୁ ସାହସ କରିଛି ।

କଂଗ୍ରେସର ଏପରି ମତାମତକୁ ବିରୋଧ କରି ବିଜେପି କହିଛି ଯଦି ଭୋଟିଂରେ ଫର୍ଜି ହୋଇଛି ତେବେ ଏହାର ଯାଞ୍ଚ କରାଯାଇ ସମସ୍ୟାକୁ ଦୁର କରାଯିବା ଉଚିତ । ଏହାକୁ ଦୃଷ୍ଟିରେ ରଖି ଗ୍ରାମୀଣ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି, ଯଦି ଭୋଟର ଲିଷ୍ଟରେ ଭୁଲଭଟକା ରହିଛି ତେବେ ଏହାର ନିରାକରଣ କରାଯାଉ କିନ୍ତୁ ଭୋଟକୁ ପରିବର୍ତ୍ତନ କରାନଯାଉ ।