ପାଟନା–ଇନ୍ଦୋର ଏକ୍ସପ୍ରେସ ଲାଇନଚ୍ୟୁତ : ୯୦ରୁ ଅଧିକ ଯାତ୍ରୀ ମୃତ, ୧୫୦ ଗୁରୁତର

29

କନକ ବ୍ୟୁରୋ : ପାଟନା-ଇନ୍ଦୋର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ପୁଖରାୟନ ନିକଟରେ ପାଟନା-ଇନ୍ଦୋର ଏକ୍ସପ୍ରେସ ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇଛି । ଏଥି ମଧ୍ୟରୁ ୩ବଗିର ଅବସ୍ଥା ସାଂଘାତିକ ରହିଛି । ଟ୍ରେନ ଦୁର୍ଘଟଣାରେ ୯୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କାନପୁର ଆଇଜି ସ୍ପଷ୍ଟ କରିଛନ୍ତି ।

ଦୁର୍ଘଟଣାରେ ୧୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗ୍ୟାସ କଟରରେ ବଗିକୁ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୋର ୩ଟା ୧୦ବେଳେ ଏହି ବଡ ଧରଣର ଦୁର୍ଘଟଣା ଘଟିଛି । ତେବେ ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଦୁର୍ଘଟଣା ପରେ କାନପୁର ଓ ଝାନ୍ସିରୁ ରିଲିଫ ଟ୍ରେନ ଦୁର୍ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ପରେ ଟୋଲ୍ ଫ୍ରୀ ନମ୍ବର ଜାରି କରାଯାଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶେ ଯାଦବ ଡିଜିପିଙ୍କ ସହ ଟ୍ରେନ ଦୁର୍ଘଟଣା ସର୍ମ୍ପକରେ ଆଲୋଚନା କରିଛନ୍ତି, ଘଟଣା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦିଆଯିବ ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । ସେପଟେ ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣା ସମ୍ପର୍କରେ ଟ୍ୱିିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।