ଜଟଣୀରେ ୬ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

369

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଳାର ଜଟଣୀ ମୁଣ୍ଡିଆସାହି ଗୋପବନ୍ଧୁ ନଗରରେ ଅଘଟଣ । ଜଟଣୀରେ ୬ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା । ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାସହିତ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ ମାରିଛନ୍ତି ଉତ୍ତେଜିତ ଲୋକେ । ଖବର ପାଇ ଘଟଣାସ୍ଥଳରେ ଜଟଣୀ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରି ଅଧିକ ତନାଘନା ଚଳାଇଛି ।