ସିସିଟିଭି ଦେଖିଲା ୬ବର୍ଷର ଝିଅର ସାହସ : ଡକାୟତି ଗ୍ୟାଙ୍ଗ ସହ ଲଢେଇର ଭିଡିଓ

52

dc-cover-1sdtjc8tv05hk89sreo5hll353-20160908144331-mediଅସ୍ତ୍ରଧାରୀ ଡକାୟତି ଦଳକୁ ସାମ୍ନା କରିବା ଅର୍ଥ ନିଜ ଜୀବନକୁ ମରଣ ପାଖେ ବନ୍ଧା ପକାଇବା ସଦୃଶ । ଏହା ଖୁବ୍ ସାହସିକତାର ବିଷୟ । କେହିବି କେବେ ସାହସ କରି ଚୋରୀ କରୁଥିବା ସେମିତି ଡକାୟତି ଦଳକୁ ସାମ୍ନା କରିପାରିବନି । ହେଲେ ୬ ବର୍ଷର ଜଣେ ଛୋଟ ଝିଅ ,ଏମିତି ସାହସିକତାର କାମ କରିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ୬ଜଣ ଡକାୟତଙ୍କ ସହ ସେ ଝିଅର ଲଢେଇ ସମୟର ଭିଡିଓ ଏବେ ଭାଇରାଲ । ସବୁଠି ଚର୍ଚ୍ଚା ଏହି ଛୋଟଝିଅର ସାହସିକତାକୁ ନେଇ ।

499045-robberସାରାହା ପଟେଲ ନାମକ ୬ ବର୍ଷର ସେହି ଭାରତୀୟ ଛୋଟ ଝିଅଟି ନିଉଜିଲାଣ୍ଡରେ ନିଜ ବାପାମା’ଙ୍କ ସହ ରୁହେ । ନିଉଜିଲାଣ୍ଡର ଅକଲ୍ୟାଣ୍ଡରେ ତା ବାପା ସୁହେଲ ପଟେଲଙ୍କ ରହିଛି ଏକ ଇଲେକ୍ଟ୍ରୋନିକ୍ ଦୋକାନ। ଗତ ୫ତାରିଖରେ ସେହି ଇଲେକ୍ଟ୍ରୋନିକ ଦୋକାନରେ ୬ଜଣ ମୁଖା ପିନ୍ଧା ଡକାୟତ ହାତରେ ମାରଣାସ୍ତ୍ର ଧରି ପ୍ରବେଶ କଲେ ସେହି ଦୋକାନରେ । ଦୋକାନ ଭଂଗାରୁଜା କରିବା ସହ ଦୋକାନର କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଆରମ୍ଭ କଲେ ।

ହେଲେ ସେହି ୬ ବର୍ଷର ଝିଅ ସାରାହା , ଏ ସବୁକୁ ସହି ପାରିଲାନି । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଯେଉଁଠି ତା ଜୀବନ ପ୍ରତି ବିପଦ ଥିଲା । ସେଠି ଏତେ ଛୋଟ ପିଲାଟି ହୋଇବି ଭୟ କରି ନଥିଲା ସାରାହା । ମନରେ ସାହସ ବାନ୍ଧି ସାମ୍ନା କରିଥିଲା ସେହି ଡକାୟତି ଦଳଙ୍କର । ଦୋକାନ କର୍ମଚାରୀଙ୍କୁ ଡକାୟତମାନେ ଆକ୍ରମଣ କରୁଥିବା ବେଳେ ସେ ଅଟକାଇବାକୁ ଉଦ୍ୟତ ହୋଇଥିଲା । କଳା ମୁଖା ପିନ୍ଧା ଡାକୁ ହାତରେ ଥିଲା ଛୋଟ କୂରାଡି । ସାରାହା ଦେକାନ କର୍ମଚାରୀକୁ ବଂଚାଇବା ପାଇଁ ସେହି ଚୋରର ଗୋଡକୁ ଧରି ଟାଣିବାକୁ ଲାଗିଥିଲା । ଏହାଦେଖି ସେହି ଡାକୁଙ୍କ କବଳରୁ ସାରାହାର ବାପା ତାକୁ ଟାଣି ନେଇଥିଲେ ଆଉ ଏକ ଘର ଭିତକୁ ।
ନିଜ ଝିଅର ଏଭଳି ସାହସକୁ ନେଇ ଖୁବ୍ ଗର୍ବିତ ଆଜି ସାରାହାର ବାପା । ଏହି ଛୋଟ ଝିଅର ଏହି ସାହସିକତାର ଭିଡିଓ ୟୁଟିବରେ ଅପଲୋଡ ପରେ ଖୁବ୍ ଭାଇରାଲ ହୋଇଛି ।
ଦେଖନ୍ତୁ ଏହି ସିସିଟିଭି ଭିଡିଓରୁ ୬ ବର୍ଷର ଝିଅ ସାରାହାର ସାହାସର କରିସ୍ମା –