ଅସହାୟତାର କରୁଣ ଚିତ୍ର : ହସ୍ପିଟାଲ ବେଡ଼ରେ ମା’, ଚିକିତ୍ସା ପାଇଁ ବାଧ୍ୟ ହୋଇ ଭିକ ମାଗୁଛି ୬ ବର୍ଷୀୟା ଝିଅ

380

ସାଧାରଣତଃ ମା’ମାନେ ପିଲାମାନଙ୍କ ଯନ୍ତ୍ର ନିଅନ୍ତି । ଆଉ ମା’ମାନେ ପିଲାମାନଙ୍କ ଯତ୍ନ ନେବା ଏକ ସ୍ୱଭାବିକ କଥା । ମାତ୍ର ବେଳେ ବେଳେ କୁନି ପିଲାମାନେ ଯେଉଁ ଭଳି ନିଜ ମାଆବାପାଙ୍କ ଯତ୍ନ ନେଇଥାନ୍ତି ତାହା ସଭିଙ୍କୁ ଚକିତ କରିଥାଏ । ସେହିପରି ଏକ କୁନି ଝିଅ କର୍ଣ୍ଣାଟକ କୋପଲ ଜିଲ୍ଲାର ୬ ବର୍ଷୀୟା ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀର ମାଆ ଦୂର୍ଗାମା ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଗତ ଦୁଇ ସପ୍ତାହ ହେବ ନିଜ ଭୋକିଲା ମାଆ ପେଟରେ ଖାଦ୍ୟ ଦେବା ପାଇଁ ତଥା ମା’ର ଚିକିତ୍ସା ପାଇଁ ଭାଗ୍ର‌୍ୟଶ୍ରୀ ଭିକ ମାଗୁଛି । ଏହାସହ ମା’ର ସମ୍ପୂର୍ଣ୍ଣ ଧ୍ୟାନ ରଖୁଛି ଭାଗ୍ରଶୀ । ଖୁଆଇବା ଠାରୁ ଆରମ୍ଭ କରି ରୋଗିଣା ମା’କୁ ପୋଛାପୋଛି କରିବା ଆଦି କରୁଛି କୁନି ଝିଅ ।

ଭାଗ୍ୟଶ୍ରୀ ବାପା ନାହାନ୍ତି। ମା’କୁ ଭଲ କରିବାକୁ ଟଙ୍କା ନାହିଁ ସେଥିପାଇଁ ମୁଁ ଭିକ୍ଷା ମାଗୁଛି ବୋଲି ଭାଗ୍ୟଶ୍ରୀ କହିଛନ୍ତି । ମୁଁ ଲୋକଙ୍କ ନିକଟରେ ମୋ ମାଆ ପାଇଁ ଖାଦ୍ୟ ଦେବା ପାଇର୍ ହାତ ପତଉଛି ।’ ଜାଣିବାକୁ ମିଳିଛି ଭାଗ୍ୟଶ୍ରୀଙ୍କ ବାପା ଅନ୍ୟ ଜଣେ ମହିଳା ପାଇଁ ତାଙ୍କ ମାଆଙ୍କୁ ପରିତ୍ୟାଗ କରିଛନ୍ତି । ଭାଗ୍ୟଶ୍ରୀ ତା’ର କୁନି ହାତରେ ନିଜ ମାଆକୁ ଖୁଆଇବାରୁ ନେଇ ଅନ୍ୟ ସବୁ କାମ କରୁଥିବାର ଦେଖିବାକୁ ମିଳିଛି । ତେବେ ଏକଥା ଜଣାପଡ଼ିବା ପରେ ସିଏମ ଭାଗ୍ୟଶ୍ରୀ ମା’ର ମାଗଣା ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛଛନ୍ତିତ ।