ମୂକ ଶିଶୁ ଓ ବଧିର କୁକୁର ମଧ୍ୟରେ ଅନାବିଳ ବନ୍ଧୁତା !

80

କଥାରେ ଅଛି ଭଗବାନ ଗୋଟିଏ ଦରଜା ବନ୍ଦ କରିଦେଲେ ଆଉ ଗୋଟିଏ ଖୋଲି ଦିଅନ୍ତି । ଯେତେବେଳେ ଆମେ ଜୀନନରେ ସବୁ କିଛି ହରାଇ ବସୁ ଓ ବେସାହାରା ଅନୁଭବ କରୁ ସେତେବେଳେ କେବଳ ରହୁ ଭଗବାନଙ୍କ ଭରସାରେ । ଯେତେବେଳେ କିଛି ସମସ୍ୟାରୁ ଆମେ ବାହାରି ଆସୁ ସମସ୍ତେ ଏପରି କହନ୍ତି କି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଏପରି ହିଁ କିଛି ଘଟଣା ଘଟିଛି ୬ ବର୍ଷର କୋନ୍ନୋର ଗୁଲେଟଙ୍କ ସହ । କୋନ୍ନୋର ଛୋଟବେଳୁ ହିଁ କହିବା ପାଇଁ ଅସମର୍ଥ । ସେ ସାରାଜୀବନ କେବେ କଥା କହିପାରିବ ନାହିଁ ବୋଲି ଜାଣିଥିଲେ ମଧ୍ୟ ଜଣେ ସହୃଦୟ ଦମ୍ପତି କୋନ୍ନୋରକୁ ପୋଷ୍ୟ କରି ନେଇଛନ୍ତି ।

କହିବା ପାଇଁ ଅସମର୍ଥ ଥିଲେ ମଧ୍ୟ କୋନ୍ନୋରର ବନ୍ଧୁତା ହେଲା ଏଲୀ ସହ । ଏଲୀ କୈାଣସି ମଣିଷ ଛୁଆର ନାମ ନୁହଁ ସେ ଏକ କୁକୁର ଛୁଆ । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ ଏଲୀ ମଧ୍ୟ ଶୁଣିବାରେ ଅସମର୍ଥ ତଥାପି ଉଭୟଙ୍କ ମଧ୍ୟରେ ଅନାବିଳ ବନ୍ଧୁତା । କୋନ୍ନୋର ଓ ଏଲୀର ବନ୍ଧୁତା ସମସ୍ତଙ୍କ ପାଇଁ ଏକ ଭଲ ଉଦାହରଣ । ଏମାନେ ନିଜ ନିଜ ଭିତରେ ଠାରରେ ହିଁ କଥାବାର୍ତ୍ତା କରନ୍ତି । କୋନ୍ନୋରକୁ ପୋଷ୍ୟ କରିଥିବା ତାର ମା ଉଭୟଙ୍କ ବହୁତ ଧ୍ୟାନ ରଖନ୍ତି । ଏଇ ଦୁଇଜଣ ବନ୍ଧୁ ଉଭୟେ ଉଭୟଙ୍କୁ ବହୁତ ଭଲ ପାଆନ୍ତି । କୋନ୍ନୋର ମାଙ୍କ କହିବା ଅନୁସାରେ ଉଭୟେ ଠାର ମାଧ୍ୟମରେ କଥା ହେବାସହ କେହି କାହା ଠାରୁ ଦଣ୍ଡେ ମଧ୍ୟ ଦୂରେଇ ରହି ପାରନ୍ତି ନାହିଁ ।