ରାତିର ଅନ୍ଧକାର ଦେଖିନଥିବା ଦେଶ ! ଯେଉଁଠାରେ ୨୪ଘଂଟା ରହିଥାଏ ସୂର୍ଯ୍ୟଙ୍କ ଆଲୋକ

64

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପ୍ରକୃତିର ନିୟମ । ସୂର୍ଯ୍ୟୋଦୟ ହେଲେ ଗୋଟିଏ ନୂଆ ଦିନର ଆରମ୍ଭ ହୋଇଥାଏ ଆଉ ଅସ୍ତ ହେଲେ ନୂଆ ରାତିର ଆରମ୍ଭ ହୁଏ । ଆଉ ପୂରା ଦୁନିଆଁ ପ୍ରକୃତିର ଏହି ନିୟମ ଅନୁସାରେ ଚାଲେ । କିନ୍ତୁ ଏମିତି କିଛି ଦେଶ ଅଛି ଯେଉଁଠି ସୂର୍ଯ୍ୟାସ୍ତ ହୁଏ ନାହିଁ । ଏବେ ଆସନ୍ତୁ ଜାଣିବା ଏମିତି କିଛି ଦେଶ ବିଷୟରେ ଯେଉଁଠାରେ ରାତି ମଧ୍ୟ ଦିନ ପରି ଅଲୋକମୟ ରହିଥାଏ ।

ନରୱେ : ମେ’ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟାସ୍ତ ହୋଇ ନଥାଏ । ଏହି ସ୍ଥାନକୁ ‘ଲ୍ୟାଣ୍ଡ୍ ଅଫ୍ ମିଡନାଇଟ୍ ସନ୍’ ମଧ୍ୟ କୁହାଯାଏ । ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଆଲୋକର ଆନନ୍ଦ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ଦେଶକୁ ଯାଇପାରିବେ । ତେବେ ମଜାଦାର କଥା ହେଉଛି କି , ନରୱେରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦୀର୍ଘ ୧୦୦ ବର୍ଷ ହେବ ଲୋକେ ସୂର୍ଯ୍ୟ ଦେଖିନାହାଁନ୍ତି ।

ସ୍ୱିଡେନ୍ : ସେହିପରି ସ୍ୱିଡେନରେ ମେ’ ମାସ ଆରମ୍ଭରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାତି ଅଧରେ ସୂର୍ଯ୍ୟ ଅସ୍ତ ଏବଂ ସକାଳ ୪.୩୦ରେ ଉଦୟ ହୁଏ । ତେଣୁ ଅଧିକାଂଶ ସମୟ ଏହା ଆଲୋକମୟ ରହିଥାଏ ।

ଆଇସଲ୍ୟାଣ୍ଡ୍ : ଏଠାରେ ମେ’ ୧୦ ତାରିଖରୁ ଜୁଲାଇ ଶେଷ ପର୍ଯ୍ୟନ୍ତ କେବେ ବି ସୂର୍ଯ୍ୟ ଅସ୍ତ ହୋଇ ନଥାଏ । ଅନେକ ପ୍ରାକୃତିକ ଦୃଶ୍ୟରେ ଭରପୁର ଏହି ସ୍ଥାନ । ଏଠାରେ ବେଶି ଖୁସି ସେତେବେଳେ ଅନୁଭୂତ ହୁଏ ଯେତେବେଳେ ମଧ୍ୟ ରାତିରେ ବି ଦିନପରି ସୂର୍ଯ୍ୟର ଆଲୋକ ଦେଖିବାକୁ ମିଳେ ।

ଫିନଲ୍ୟାଣ୍ଡ୍ : ଫିନଲ୍ୟାଣ୍ଡ୍ ମଧ୍ୟ ଏମିତି ଏକ ଦେଶ ଯେଉଁଠାରେ ଗରମ ସମୟରେ ବି ସୁର୍ଯ୍ୟ ୭୩-୭୪ ଦିନ ପର୍ଯ୍ୟନ୍ତ ଅସ୍ତ ହୋଇନଥାଏ ।

କାନ୍ନାଡା : ଗ୍ରୀଷ୍ମ ଋତୁରେ କାନ୍ନାଡାରେ ମଧ୍ୟ ସୂର୍ଯ୍ୟ ପ୍ରାୟ ୫୦ ଦିନ ଯାଏ ଅସ୍ତ ହୋଇନଥାନ୍ତି । ଅର୍ଥାତ୍ ଏଠାରେ ମଧ୍ୟ ରାତିର ଅନ୍ଧକାର ଦେଖିବାକୁ ମିଳି ନଥାଏ ।

ଆଲାସ୍କା : ସେହିପରି ଆଲାସ୍କାରେ ମଧ୍ୟ ମେ’ ରୁ ଜୁଲାଇ ମାସ ଯାଏଁ ସୂର୍ଯ୍ୟାସ୍ତ ହୋଇନଥାଏ । ଅର୍ଥାତ୍ ଏଠାରେ ପ୍ରାୟ ୧୪୪୦ ଘଂଟାର ଗୋଟିଏ ଦିନ ହୋଇଥାଏ ।