ଦିନ ଦ୍ୱିପ୍ରହରରେ ଓଡ଼ିଶାରୁ ଲୁଟିଥିଲେ ବିହାରୀ ଚୋର ! ସମ୍ବଲପୁର ମୁଥୁଟ ଫାଇନାନ୍ସରୁ ଡକାୟତ ଘଟଣାରେ ୬ ଡକାୟତଙ୍କୁ ଗିରଫ କଲା ପୋଲିସ

50

କନକ ବ୍ୟୁରୋ : ସମ୍ବଲପୁର ଫାଇନାନସ କମ୍ପାନୀ ମୁଥୁଟ୍ ଫାଇନାନ୍ସରୁ ଡକାୟତିର ପର୍ଦାଫାସ କରିଛି ପୋଲିସ । ବିହାର ପାଟନାରୁ ୬ ଜଣ ଡକାୟତଙ୍କୁ କାବୁ କରିଛି ସମ୍ବଲପୁର ପୋଲିସ । ପାଟନା ପୋଲିସ ସହାୟତାରେ ଏହି ଡକାୟତଙ୍କୁ ଧରିବା ପାଇଁ ଉଦ୍ୟମ କରିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ତେବେ ଶେଷରେ ୬ ଜଣ ଡକାୟତଙ୍କୁ କାବୁ କରିଥିଲା ପୋଲିସ । ସେମାନଙ୍କ ପାଖରୁ ପୋଲିସ ୧୫ କିଲୋଗ୍ରାମ ସୁନା ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ସଂଜୀବ ଅରୋରା ।

LOOT_00000-300x169ଗତ ଡିସେମ୍ବର ମାସରେ ଦିନ ଦ୍ୱିପହରେ ମୁଥୁଟ୍ ଫାଇନାନସରେ ଲୁଟ୍ କରି ଟଙ୍କା ଓ ସୁନା ଭର୍ତି ବ୍ୟାଗ କାରରେ ଭର୍ତି କରି ଫେରାର ହୋଇଯାଇଥିଲେ । ଏହି ଲୁଟ୍ କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ମୋବାଇଲରେ ମଧ୍ୟ ରେକର୍ଡ ହୋଇଥିଲା । ଏହି ଲୁଟର ଲୋକେ ଫଟୋ ଉଠାଇଥିଲେ ମଧ୍ୟ ଏହାକୁ କେହି ବିରୋଧ କରିନଥିଲେ । ପରେ ସମ୍ବଲପୁର ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତାହାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଖୁବଶୀଘ୍ର ଏମାନଙ୍କୁ ଓଡ଼ିଶା ଅଣାଯିବ ବୋଲି କହିଛନ୍ତି ଏସପି ।