ଖୋର୍ଦ୍ଧା ସବରେଜିଷ୍ଟ୍ରା ଅଫିସ୍ ଆଗରୁ ୬ ଲକ୍ଷ ଲୁଟ୍

17

ଖୋର୍ଦ୍ଧା : ଭୂଜାଲିରେ ହାଣି ୬ଲକ୍ଷ ଲୁଟ୍ । ଖୋର୍ଦ୍ଧା ସବରେଜିଷ୍ଟ୍ରା ଅଫିସ୍ ଆଗରେ ଦିନ ଦ୍ୱିପହରରେ ଘଟିଛି ଏଭଳି ଘଟଣା । ଜଟଣୀର ଷ୍ଟାଂପ୍ ଭେଣ୍ଡରକୁ ହାଣି ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ । ଖୋର୍ଦ୍ଧା ବାଇପାସ ନିକଟରେ କିଛି ଦୁବୁର୍ତ ବେଣୁଧର ନାୟକଙ୍କୁ ଭୂଜାଲିରେ ଆକ୍ରମଣ କରି ଟଂକା ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ବେଣୁଧରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି ।