ଦୁର୍ଘଟଣାରେ ଶେଷ ହୋଇଗଲେ ଗୋଟିଏ ପରିବାର । ଦଶହରା ଦେଖି ଫେରୁଥିଲେ ହେଲେ ଅଫେରା ବାଟରେ ଚାଲିଗଲେ ନିର୍ମାଳ ଗାଁର ଅନିରୁଦ୍ଧ ବାରିକଙ୍କ ପୂରା ପରିବାର

94

କନକ ବ୍ୟୁରୋ: ଏହି ଫଟୋ ଚିତ୍ରକୁ ଦେଖି ହୁଏତ, ପରିବାର ଲୋକ କିମ୍ବା ସଂପର୍କୀୟ ବିଶ୍ୱାସ ବି କରିପାରୁ ନଥିବେ ଯେ, କୁନି ଝିଅଟିକୁ ନେଇ ଗଢ଼ି ଉଠିଥିବା ଏହି ଛୋଟିଆ ସଂସାରଟି ସଂପୂର୍ଣ୍ଣ ଉଜୁଡି ଯାଇଛି । ମା’ଙ୍କ କରୁଣା ପାଇଁ, ପିପିଲିରୁ ଭୁବନେଶ୍ୱର ଧାଇଁ ଆସିଥିଲେ । ହେଲେ ମା’ଙ୍କ ମେଢ଼ ବୁଲି ଘରକୁ ଫେରିଲା ବେଳେ ରାସ୍ତାରେ ଏମିତି ଏକ ଦୁର୍ଘଟଣା ଘଟିଲା ଯେ, ଏମାନେ ଘରକୁ ପହଂଚିବା ବଦଳରେ ସ୍ୱର୍ଗଦ୍ୱାରରେ ପହଂଚିଗଲେ ।

ସ୍ଥାନ : ଉତ୍ତରାଛକ, ଭୁବନେଶ୍ୱର । ସମୟ: ପ୍ରାୟ ସାଢ଼େ ୧୦ଟା । ଦଶହରା ମେଢ଼ ଦେଖି ଭୁବନେଶ୍ୱରରୁ ପିପିଲି ଫେରୁଥିଲେ ନିର୍ମାଳ ଗାଁର ଅନିରୁଦ୍ଧ ବାରିକଙ୍କ ପରିବାର । ସାଥୀରେ ଥିଲେ ୨ବର୍ଷର କୁନି ଝିଅ, ପତ୍ନୀ ଅନୁପମା ବାରିକ ଏବଂ ଜଣେ ସଂପର୍କୀୟ । ହେଲେ ଠିକ୍ ଉତରା ଛକ ସଫା ନିକଟରେ ବାଇକ୍ ଆରୋହୀଙ୍କ ସହ ଧକ୍କା ହୋଇଗଲା ଅନିରୁଦ୍ଧଙ୍କ କାର ।

ଦୁର୍ଘଟଣା ଏତେ ଜୋରରେ ହୋଇଥିଲ ଯେ, କାରଟି ରାସ୍ତକଡ଼ରେ ଥିବା ନାଳ ଭିତରକୁ ଖସି ପଡ଼ିଥିଲା । ଆଉ ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣଙ୍କୁ ଉଦ୍ଧାର କରିବା ଭିତରେ ନାଳ ଭିତରେ ପଡ଼ି ଯାଇଥିବା ପରିବାରର ସବୁ କିଛି ସରିଯାଇଥିଲା ।

କାର ଧକ୍କାରେ ବାଇକରେ ଯାଉଥିବା ପ୍ରଭାକର ପ୍ରଧାନ ଏବଂ ତାଙ୍କ ୬୦ ବର୍ଷିୟ ଲକ୍ଷ୍ମୀପ୍ରିୟା ପ୍ରଧାନ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ମା’ଙ୍କୁ ନେଇ ପ୍ରଭାକର ବି, ସେଇ ପିପିଲି ଲକ୍ଷ୍ମୀନାରୟଣପୁରରୁ ଦଶରା ମେଢ଼ ଦେଖିବାକୁ ଆସଥିଲେ । ଅନ୍ୟପଟେ ନାଳ ଭିତରେ ପଡି କାରରେଥିବା ୪ ଜଣ ଯାକ ପ୍ରାଣ ହରାଇଥିଲେ । ଦଶହରା ଦର୍ଶନ ଯେ ଏହି ଦୁଇଟି ପରିବାର ପାଇଁ ଦୁର୍ଦ୍ଦଶା ନେଇ ଆସିବ, ହୁଏତ ଘରୁ ବାହାରିଲା ବେଳେକୁ କେହି କଳ୍ପନା କି କରିନଥିବେ ।